57

ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି

ନୂଆଦିଲ୍ଲୀ, ୩/ ୧୨ : ୯୮ ବର୍ଷ ବୟସରେ   MDH ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଗୁରୁବାର ସକାଳ ୫ଟା ୨୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। ପରେ ଠିକ୍‌ ହେବା ପରେ ଗୁରୁବାର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ୧୯୨୩ ମସିହାରେ ଧର୍ମପାଲ ଗୁଲାଟି ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। କେବଳ ୫ମ ଶ୍ରେଣୀ ପଢ଼ିଥିବା ଶ୍ରୀ ଗୁଲାଟି MDH କମ୍ପାନୀକୁ ପରିଚୟ ଦେବାରେ ବହୁତ ପରିଶ୍ରମ କରିଥିଲେ। ଯାହାଫଳରେ MDH ବ୍ରାଣ୍ଡ ବିଶ୍ବ ବଜାରରେ ଖୁବ୍‌ ପରିଚିତ। ୧୯୪୭ ମସିହାରେ ବିଭାଜନ ପରେ ଧର୍ମପାଲ ଗୁଲାଟୀ ଭାରତକୁ ଆସିଯାଇଥିଲେ। ସେ ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଥିଲେ। ପରେ ସେ ଦିଲ୍ଲୀରେ ରହିଥିଲେ। ଦିଲ୍ଲୀର କରୋଲବାଗରେ ମସଲାର ଏକ ଷ୍ଟୋର ଖୋଲିଥିଲେ। ଧର୍ମପାଲ ଗୁଲାଟୀ ୧୯୫୯ ମସିହାରେ ତାଙ୍କର ମସଲା କମ୍ପାନୀ ସ୍ଥାପନ କରିଥିଲେ। ତାଙ୍କ ମସଲା କମ୍ପାନୀ ଏମଡିଏଚ ନାଁରେ ଜଣାଶୁଣା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!