61

ୟୁଟ୍ୟୁବ୍ ରୁ ପାଠ ପଢିବେ ଦଶମ ଛାତ୍ରଛାତ୍ରୀ

କଟକ,୦୩/୧୨: କରୋନା କଟକଣା ଯୋଗୁଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନାହିଁ । ତେଣୁ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ୟୁଟ୍ୟୁବ୍‌ରେ ଭିଡିଓ ଦେଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବା ନେଇ ବ୍ୟବସ୍ଥା ହୋଇଛି । କରୋନା କଟକଣା କୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏଭଳି ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଇଂରାଜୀ ଓ ସାଧାରଣ ବିଜ୍ଞାନର ପାଠ୍ୟକ୍ରମକୁ ଭିଡିଓ କରାଯାଇ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯିବାର ବ୍ୟବସ୍ଥା ହେବ। ୟୁଟ୍ୟୁବ୍‌ରେ ଭିଡିଓ ଦେଖିବା ପାଇଁ ବୋର୍ଡର ୱେବ୍‌ସାଇଟ୍‌ରେ ଏକ ଲିଙ୍କ୍‌ ଦିଆଯିବ । ବୋର୍ଡର ୱେବ୍‌ସାଇଟ୍ www.bseodisha.ac.inରେ ୟୁଟ୍ୟୁବ୍‌ର ଲିଙ୍କ୍‌ ପ୍ରଦାନ କରାଯିବ। ଦିଆଯାଇଥିବା ଲିଙ୍କ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଭିଡ଼ିଓ ଦେଖି ପାଠ ପଢ଼ି ପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!