95

ମହୁରତ ହେଲା ଐତିହାସିକ ଚଳଚ୍ଚିତ୍ର ରେଣ୍ଡୋ ମାଝୀ ଦ’ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩

କଳାହାଣ୍ଡି,୧୧/୧୨(ସୁରେଶ ଚନ୍ଦ୍ର ସାହୁ): ଭବାନୀପାଟଣା ଭାଗିରଥି ହୋଟେଲ୍ ଠାରେ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଆଦିବାସୀ ନେତା ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କୁ ନେଇ ଏକ ଐତିହାସିକ ଚଳଚ୍ଚିତ୍ର ରେଣ୍ଡୋ ମାଝୀ ଦ’ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩ ର ମହୁରତ ହୋଇ ଯାଇଛି । ଚଳଚ୍ଚିତ୍ର ଟି ଆର୍ଡି. ଏସ୍.ବି ଫିଲ୍ମ ତରଫରୁ ନିର୍ମାଣ ହେବାକୁ ଥିବାବେଳେ ଭବାନୀପାଟଣା ଜେଲ୍ ଛକରେ ଥିବା ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତି ରେ ଏହାର ଶୁଭ ମହୁରତ ହୋଇଛି । ଏଥିରେ ଗୃହ,ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେବା ସହ ଚଳଚ୍ଚିତ୍ର ନିର୍ଦ୍ଧେଶକ ଅମରେଶ ଜେନା ପ୍ରଯୋଜକ ବିଭୁ ପ୍ରସାଦ ରାଉତ, ସଂଳାପ ନାଟ୍ୟକାର ପରମେଶ୍ବର ମୁଣ୍ଡ , ସଙ୍ଗିତ ନିର୍ଦ୍ଧେଶନା ପଙ୍କଜ ଜାଲ୍ ପ୍ରମୂଖ ରହିଥିବା ବେଳେ । ବଲିଉଡ ଅଭିନେତା ମନୋଜ ମିଶ୍ର ଏହି ଫିଲ୍ମ ର ମୁଖ୍ୟ ନାୟକ ରହିଛନ୍ତି । ବଲିଉଡ୍ ଅଭିନେତା ଜଗନ୍ନାଥ ସେଠ ଏବଂ ଅଭିନେତ୍ରୀ ଜୟା ବିଶ୍ବାସ ନାୟିକା ଭାବେ ଥିବାବେଳେ କାହାଣୀ ରେ ୧୭୦ ବର୍ଷର ଆଦିବାସୀ ସଂସ୍କୃତି ଜୀବନ ଧାରାକୁ ସ୍ଥାନିତ କରାଯାଇଛି । ଏଥିରେ ଓଡିଶା ତଥା ପଶ୍ଚିମ ଓଡିଶା ଏବଂ ବଲିଓଡ୍ ଅଭିନେତା ଓ ଟେକ୍ନିସିଆନ୍ ରହିଥିବା ବେଳେ ଚଳଚ୍ଚିତ୍ରଟି ଉଭୟ କୋଶଲି ଓ ହିନ୍ଦୀ ଭାଷାରେ ନିର୍ମିତ କରାଯାଉଛି I

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!