76

ସତରେ କ‘ଣ ଏମିତି କିଛି ଅଛି ?

ନୂଆଦିଲ୍ଲୀ୧୧/୧୨: ଏଲିଏନ୍ସକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଆଶ୍ଚର୍ଯ୍ୟ, ଅବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଶୁଣିବାକୁ ଭଲ ଲାଗେ। ଏସବୁ ଶୁଣିବା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ -ସତରେ କ‘ଣ ଏମିତି କିଛି ଅଛି ? ଏବେ ମିଳିଯାଇଛି ଏହି ପ୍ରଶ୍ନର ଉତ୍ତର। ପ୍ରକୃତରେ ଏଲିଏନ୍ସ ଅଛି। ଏକଥା ନିଜେ କହିଛନ୍ତି ଇଜ୍ରାଏଲ ମହାକାଶ ଗବେଷକ ମୁଖ୍ୟ। ସେତିକି ନୁହେଁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ ବିଷୟରେ ଜାଣନ୍ତି ବୋଲି ସେ ଦାବି କରିଛନ୍ତି। ଇଜ୍ରାଏଲ ସ୍ପେଶ୍‌ ସିକ୍ୟୁରିଟି ପ୍ରୋଗ୍ରାମର ପୂର୍ବତନ ମୁଖ୍ୟ ୮୭ ବର୍ଷୀୟ ହେମ୍ ଇଶେଦ୍‌ ଏହି ଏଲିଏନ୍ସମାନଙ୍କ ଉପରେ ବଡ ଧରଣର ଖୁଲାସା କରିଛନ୍ତି। ସେ କହିଛନ୍ତି ଏଲିଏନ୍ସ ଏକ କଳ୍ପନା ନୁହେଁ। ବାସ୍ତବରେ ସେମାନଙ୍କ ଉପସ୍ଥିତି ରହିଛି । ଗତ ୩୦ ବର୍ଷ ଧରି ଏଲିଏନ୍ସ ସହ ଗୁପ୍ତ ସମ୍ପର୍କରେ ଅଛନ୍ତି ଇଜ୍ରାଏଲ ଏବଂ ଆମେରିକା। ତେବେ ସେମାନେ ଏହି ଘଟଣାକୁ ଲୁଚାଇ ରଖିବାକୁ ଚାହୁଁଛନ୍ତି କାରଣ ଏହାକୁ ପ୍ରଚାର କରିବା ପାଇଁ ଏଲିଏନ୍ସମାନେ ଚାହୁଁ ନାହାନ୍ତି। କାରଣ ସେମାନେ ଭାବନ୍ତି ଏହାକୁ ଗ୍ରହଣ କରିବା ପାଇଁ ମଣିଷ ପ୍ରସ୍ତୁତ ହୋଇ ନାହାନ୍ତି।ଆଉଟ ଲୁକ୍‌ର ଏକ ରିପୋର୍ଟ ଅନୁସାରେ, ଇଜ୍ରାଏଲ ସ୍ପେଶ୍‌ ସିକ୍ୟୁରିଟି ପ୍ରୋଗ୍ରାମ ମୁଖ୍ୟ ଦାବି କରିଛନ୍ତି, ଏଲିଏନ୍ସମାନଙ୍କର ଏକ  ଗାଲାକ୍‌ଟିକ୍‌ ଫେଡେରେଶନ ମଙ୍ଗଳ ଗ୍ରହରେରହିଛି । ଏହାର ସମ୍ପର୍କ ଆମେରିକା ସହ ରହିଛି । ମଙ୍ଗଳ ଗ୍ରହରେ ତାଙ୍କର ଗୁପ୍ତ ଆଡ୍ଡାରେ ସେମାନଙ୍କ ସହ ବୁଝାମଣା ଭିତ୍ତିରେ ଯୋଗାଯୋଗ କରାଯାଉଛି। ଆମେରିକାର ମହାକାଶ ଗବେଷକ ଏବଂ ଏଲିଏନ୍ସ ପ୍ରତିନିଧିମାନଙ୍କ ସହ ଯୋଗାଯୋଗ ରହିଛି। ଆମେରକା ସରକାର ଏବଂ ଏଲିଏନ୍ସମାନଙ୍କ ମଧ୍ୟରେ ଏକ ଏଗ୍ରିମେଣ୍ଟ ହୋଇଛି। ଏହା ଉପରେ ଅଧିକ ଗବେଷଣା ପାଇଁ ସେମାନେ ଆମ ସହ ଚୁକ୍ତି ସ୍ୱାକ୍ଷର କରିଥିବା ଇଶେଦ୍‌ କହିଛନ୍ତି। ସେ କହିଛନ୍ତି, ଏଲିଏନ୍ସମାନଙ୍କର ଅସ୍ତିତ୍ୱ ନେଇ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜାଣନ୍ତି। ହେଲେ ଏ କଥା ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ଗାଲାକ୍‌ଟିକ୍‌ ଫେଡେରେଶନର ଏଲିଆନ୍ସମାନେ ଏଥିପାଇଁ ଅପେକ୍ଷା କରିବାକୁ କହିଛନ୍ତି। ସେମାନେ କହିଛନ୍ତି, ’ ଅପେକ୍ଷା କର, ଲୋକମାନଙ୍କୁ ପ୍ରଥମେ ଶାନ୍ତ ରହିବାକୁ ଦିଅ।’ ସେମାନେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହାନ୍ତି ନାହିଁ। ସେମାନେ ଚାହାନ୍ତି, ମଣିଷ  ପ୍ରଥମେ ବୁଦ୍ଧିମାନ ହୁଅନ୍ତୁ ଏବଂ ବୁଝାମଣା ଭିତରେ କାମ କରନ୍ତୁ। ’ ହେମ୍ ଇଶେଦ୍‌ Yediot Aharonotକୁ ଶୁକ୍ରବାର ସାକ୍ଷାତକାର ଦେଇ କହିଛନ୍ତି, ଏଲିଆନ୍ସମାନେ  ଅଛନ୍ତି। ଦୀର୍ଘ ଦିନ ଧରି ସେମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଦାବି କରଛନ୍ତି। ସେମାନେ ଅଣ୍ଡର ଗ୍ରାଉଣ୍ଡ ଆଡ୍ଡାରେ  ନିରାପଦରେ ବୁଲାବୁଲି କରୁଛନ୍ତି। ସେଠାରେ କୌଣସି ବାହ୍ୟ ଗ୍ରହ ଜୀବଙ୍କ ପ୍ରବେଶ ନାହିଁ। ତେବେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଉ ନାହିଁ। କାରଣ ଏଲିଆନ୍ସମାନେ ଅପେକ୍ଷା କରିଛନ୍ତି, ମଣିଷମାନେ  ବିକାଶର ଏମିତି ଏକ ସ୍ତରରେ ପହଞ୍ଚିବେ ଯେତେବେଳେ ସେମାନେ ମହାକାଶ, ମହାକାଶଯାନ କ’ଣ ବୁଝିପାରୁଥିବେ। ସେତେବେଳେ ସେମାନଙ୍କ ଉପସ୍ଥିତି ବିଷୟରେ ଅବଗତ କରାଯିବ। ତେବେ ଏଲିଆନ୍ସମାନେ ମଧ୍ୟ ସମାନ ଆଗ୍ରହ ରହିଛି ମଣିଷମାନଙ୍କ ବିଷୟରେ ଜାଣିବା ପାଇଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!