82

ଗ୍ରାମାଞ୍ଚଳର ପିଲା ଶିଖିବେ ଉଚ୍ଚସ୍ତରୀୟ କ୍ରିକେଟ, ପ୍ରତି କ୍ଲବରେ ଶିକ୍ଷା ଦେବେ ରାଜ୍ୟ ସ୍ତରୀୟ କୋଚ୍

ମାଲକାନାଗିରି,୧୪/୧୨(ପଡିଆରୁ ପ୍ରେମାନନ୍ଦ ହାଲଦାର /ମାଲକାନଗିରି ରୁ ଶ୍ରୀନିବାସ ପଣ୍ଡା)-ମାଲକାନାଗିରି ଜିଲ୍ଲାରେ ବିଭିନ୍ନ କ୍ରୀଡାକୁ ଗୁରୁତ୍ଵ ଦିଆଯାଉଥିବା ବେଳେ ଗାଆଁ ଠାରୁ ସଦର ଯାଏଁ ସବୁଠି କ୍ରିକେଟର ବିଶେଷ ଆଦୃତ ଦେଖିବାକୁ ମିଳିଥାଏ। ଏଥିପାଇଁ କ୍ରିକେଟ ଖେଳର ପ୍ରଚାର ପ୍ରସାର ଓ ଗ୍ରାମାଞ୍ଚଳରୁ ଉଚ୍ଚସ୍ତରୀୟ ଖେଳାଳୀ ଖୋଜିବା ପାଇଁ ଚଳିତ ବର୍ଷ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷ୍ୟରୁ ତୃଣମୂଳ ସ୍ତରରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା କ୍ରିକେଟ ଆସୋସିଏସନ ସହ ପଡିଆ ଫ୍ରେଣ୍ଡସ୍ କ୍ରିକେଟ କ୍ଲବ ମିଳିତ ଆନୁକୁଲ୍ୟରେ ଆଜି ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆରେ ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୪୦ ରୁ ଉର୍ଦ୍ଧ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ଜିଲ୍ଲା କ୍ରିକେଟ ଆସୋସିଏସନ୍ ତଥା ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବ୍ ର ସଭାପତି ଏମ୍ ଡି ଫାରୁକ୍, କୋଷାଧ୍ୟକ୍ଷ ସତବୀର ସିଂ (ପପୁ), ପଡିଆ ଚେୟାରମ୍ଯାନ ଦେବା ମାଡକାମି, ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବର ଆବାହକ ଏନ୍ ରାଘବ ରାଓ, ନାକା ନୁକାଲ ରାଜୁ, ପି ଭେଙ୍କେଟେଶ୍ୱର ରାଓ, ଉପସଭାପତି ଟୋକାଲ ଷ୍ଟିଭେନ୍, ପରେଶ ମଲ୍ଲ, ଏସ୍ ସୁରୀ ବାବୁ ଓ ଟୋକାଲ ବିଚେମ ଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ୍ରେ ଏଭଳି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଭୁବନେଶ୍ବର ରୁ କ୍ରିକେଟ୍ କୋଚ୍ ବ୍ରହ୍ମାନନ୍ଦ ବେହେରା ଆସିଥିବା ଜଣାପଡିଛି। ଗ୍ରାମାଞ୍ଚଳରୁ ଉତ୍ତମ କ୍ରିକେଟରଙ୍କ ଆବିଷ୍କାର ପାଇଁ ଜିଲ୍ଲା କ୍ରିକେଟ୍ ଆସୋସିଏସନ ର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!