77

ଟ୍ରକ୍ ଓ କାର ମୁହାମୁହିଁ, ଦୁଇ ଗୁରୁତର

ମାଲକାନଗିରି,୧୭/୧୨(କାଲିମେଳା ରୁ ଭିକି ବାରିକ/ମାଲକାନଗିରି ରୁ ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଥାନା ଅନ୍ତର୍ଗତ କୁନାଲପଲ୍ଲୀ ଗାଁ ଛକ ନିକଟରେ ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ କାଲିମେଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ସୂଚନା ମୁତାବକ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ଆସୁଥିବା ପିଏସ ୦୪ ୟୁବି ୩୬୦୦ ନମ୍ଵରଧାରୀ ଏକ ପାଇପ୍ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଅପର ପାର୍ଶ୍ୱରୁ ଆସୁଥିବା ସିଜି ୧୮ ଜେ ୮୮୭୩ ସୁଜୁକି ଅଲ୍ଟୋ କାରକୁ ସାମ୍ନାପଟୁ ଧକ୍କା ଦେଲା । ଯାହାଫଳରେ କାରରେ ବସିଥିବା ଚାଳକ ଏବଂ ତାଙ୍କ ମା ଆଘାତ ପାଇ ଅତ୍ୟନ୍ତ ଗୁରୁତର ହୋଇପଡିଥିଲେ। ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ କାରଟିର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଚାଳକ ଓ ତାଙ୍କ ମା ଭୀଷଣ ଭାବେ ଆଘାତ ପାଇଥିବା କୁହାଯାଉଛି। ଏ ବାବଦରେ ଖବର ପାଇ ଏମଭି ୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭର୍ କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଏଠାରେ ସୁଚେଇବାକୁ ଚାହୁଁକି ମୋଟୁ ସେତୁ ଉଦ୍ଘାଟନ ହେବାପରେ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଅସଂଖ୍ୟ ଭାରୀ ଯାନ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡକୁ ମାଲପରିବହନ ପାଇଁ ନିକଟ ହେଉଥିବା ଦୃଷ୍ଟିରୁ ଅବାଧରେ ଚଳାଚଳ କରୁଛି। କିନ୍ତୁ ଅଙ୍କାବଙ୍କା ରାସ୍ତାରେ ଅଠର ଚକା ବିଶିଷ୍ଟ କଣ୍ଟେନର ଯିବା ଦ୍ୱାରା ସାଧାରଣ ବାଇକ ଆରୋହି ଠାରୁ ଆରମ୍ଭ କରି ଛୋଟ ମୋଟର ଗାଡି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ପ୍ରଶାସନ ଏ ଦିଗକୁ ଧ୍ୟାନ ଦେବାପାଇଁ ସାଧାରଣରେ ଦାବି ହେଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!