64

ସେନାପତି ବ୍ୟାଟମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବ୍ରହ୍ମପୁର,୧୮/୧୨(ମନୋଜ କୁମାର ପାତ୍ର):କୁକୁଡାଖଣ୍ଡିରେ ସେନାପତି ରାଇସ ଠାରେ ଆଜି ସେନାପତି ବ୍ୟାଟମିନ୍ଟନ ଟୁର୍ନାମେଣ୍ଟ ଉଦଯାପନି କାର୍ଯ୍ୟକ୍ରମ ହୋଇଯାଇଛି।ସ୍ଥାନୀୟ ସରପଂଚ ଅଦଲ ଚେନେୟାଙ୍କ ତତ୍ଵଧାନରେ ଉଦଘାଟନ ହୋଇଥିଲା ।ସେନାପତି ରାଇସ ମିଲ ଠାରେ ୨ ଦିନ ଧରି ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ ୮ ଗୋଟି ଦଳ ପରାସ୍ତ ହୋଇଥିଲେ ।ଖେଳର ଦ୍ଵିତୀୟ ଦିନ ୮ ଗୋଟି ଦଳକୁ ନେଇ କ୍ୱାଟର ଫାଇନାଲ ସେମି ଫାଇନାଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଫାଇନାଲ ମ୍ୟାଚରେ ବିଜୟୀ ଦଳ ସୁମନ, ସିଟୁନୁ ବନାମ ଶୁଭନ, ମାନସ କୁ ୨-୧ ସେଟ୍ ରେ ପରାସ୍ତ କରିଥିଲେ।ବିଜୟ ଦଳକୁ ୩୩୩୩ ଟଙ୍କା ପୁରସ୍କାର ସହ ସିଲ ଓ ପରାଜୟ ଦଳକୁ ୨୨୨୨ ଟଙ୍କା ପୁରସ୍କାର ସିଲ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ସ୍ଥାନୀୟ ସରପଞ୍ଚ ଅଦଲ ଚେନେୟା,ସାକା ସୁଜିତ କୁମାର, କେ.ମଣି ବାବୁ, ଏ. ଧର୍ମା ,ଇପିଲି ରୁଷୀୟା,ପନାଡ ସୁବାଷ, ବନବାସୀ ପାଢ଼ୀ ,ଏସ. ଚିନ୍ତାମଣି ପ୍ରମୁଖ ବ୍ୟକ୍ତି ଅତିଥି ରୂପେ ଯୋଗ ଦେଇଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଶଙ୍କର ଗୌଡ଼, ଜିତେନ୍ଦ୍ର ମହାରଣା, ସନ୍ଦେଶ ପଟନାୟକ, ଲିଲୁ, ଅମିତ ଦାସ , ଗୋବିନ୍ଦ ବେହେରା,ପନାଡ଼ ଜଗଦୀଶ, ଏସ.ନାରାୟଣ,କିଷାନ ଦୋରା, ଗୁଜୁରି ଚନ୍ଦନ, ବିଜୟ ଦେବ,ନୀଲେସ ଦଳାଇ, ସିମାଞ୍ଚଳ ସାହୁ, ଇଗେନ୍ଦ୍ର, ନକୁଳ ବେହେରା, ମହେଶ, ଶିବରାମ, ସମୀର ବେହେରାଙ୍କ ସମେତ ବହୁ ଉତ୍ସାହୀ ଯୁବକ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭାଇଚାରା ସୃଷ୍ଟି ହେବା ସହ ଏକତା ଗଡ଼ିଉଠିବାରେ ସହାୟକ ହେବ ବୋଲି ସରପଞ୍ଚ ଅଦଲ ଚେନେୟା କହିଥିଲେ।ଆଗାମୀ ଦିନରେ କୁକୁଡାଖଣ୍ଡି ପଞ୍ଚାୟତରେ ଅନେକ କ୍ରୀଡାକାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି।ତେଣୁ ସ୍ଥାନୀୟ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହୋଇଥିବା ନେଇ ଦେଖିବାକୁ ମିଳିଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!