ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ। ଜାଳିଦେଲେ ୬ଟି ଜେସିବି। ମିଳିଥିବା ସୂଚନା ଅନୁସାରେ, କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବିକୁ ଜାଳି ଦେଇଛନ୍ତି କେହି ଦୁର୍ବୃତ୍ତ। ଗତକାଲି ରାତିରେ କିଛି ଦୁବୃର୍ତ୍ତ ପ୍ଲାଟ୍ ପରିସରରେ ପଶି ଏଭଳି ତୁମୁଳକାଣ୍ଡ ଭିଆଇଛନ୍ତି। ହେଲେ କାହିଁକି ଓ କିଭଳି ଏହି ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିପାରିନି।ତେବେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିବା ନେଇ ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |