44

ଜରିସାହିରେ ଉଦ୍‌ଯାପିତ ହେଲା କୁରାଳ ପଂଚମୀ

ରାଜକନିକା,୨୪/୧୨:ରାଜକନିକା ବ୍ଲକ୍ ଅନ୍ତର୍ଗତ ଜରିସାହି ଗ୍ରାମରେ କୁମ୍ଭକାର ସଂଘ ପକ୍ଷରୁ ଆନନ୍ଦ ଉଳ୍ଲାସ ମଧ୍ୟରେ କୁରାଳ ପଂଚମୀ ଉଦ୍‌ଯାପିତ ହୋଇଯାଇଛି । କରୋନା ମହାମାରୀ ସତ୍ୱେ ଭଜନ ପରିବେଷଣ ମଧ୍ୟରେ ପାଂଚ ଦିନ ଧରି ଏହି ଉତ୍ସବ ପାଳିତ ହୋଇଯାଇଛି । ପ୍ରାୟ ଶହେ ବର୍ଷ ଧରି ଜରିସାହି ଗ୍ରାମରେ କୁମ୍ଭକାର ପରିବାର ପକ୍ଷରୁ ପାରମ୍ପରିକ ଚକ ପୂଜାଅର୍ଚ୍ଚନା କରାଯାଇଛି । ଏହା ସହିତ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କୁ ବାଳ୍ୟ ଭୋଗ ସହିତ ରନ୍ଧା ଅନ୍ନ ଭୋଗ କରି ସ୍ୱତନ୍ତ୍ର ଭାବେ ପୂଜାଅର୍ଚ୍ଚନା କରିଥିଲେ । ପୂଜକ ମନୋଜ ବେହେରା ପାଂଚଦିନ ଧରି ମଙ୍ଗଳାଆଳତୀ ସହିତ ପୂଜାଅର୍ଚ୍ଚନା କରି କୁମ୍ଭକାର ପରିବାର ସୁଖଶାନ୍ତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କୀର୍ତ୍ତନ ବେହେରା, ନବଘନ ବେହେରା, ମୂରଲୀଧର ବେହେରା ଏବଂ ବାଇଧର ବେହେରା ପରିଚାଳନା କରିଥିବା ବେଳେ ଗାୟକ ନିର୍ମଳ ବେହେରା ଭଜନ ଗାନ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!