45

ଉନ୍ମୋଚିତ ହେଲା ‘ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ’ ଭଜନ ଆଲବମ୍

ବ୍ରହ୍ମପୁର,୨୬/୧୨(ମନୋଜ କୁମାର ପାତ୍ର): ବ୍ରହ୍ମପୁର ଦଳୁଆ ସାହି ସ୍ଥିତ ଲିୟାନା ଡେନ୍ସ ଆକାଡେମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି।ଷ୍ଟାର କ୍ରିଏଟିଭ ଦ୍ୱାରା ନିର୍ମିତ ‘ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ, ନାମକ ଏହି ଭିଡ଼ିଓ ଆଲବମ୍ କୁ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଉନ୍ମୋଚିତ କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ।ଭଜନଟିରେ ମୁଖ୍ୟ କଳାକାର ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ସୁଦୀପ କୁମାର ସାହୁ ଅଭିନୟ କରିଥିବାବେଳେ ଶିଶୁ କଳାକାର ଭାବେ ପ୍ରଣୀତ ରେଡ୍ଡୀ ଅଭିନୟ କରିଛନ୍ତି।ଅନୀଲ ପଟନାୟକ ଏବଂ କୁସୁମ ପଟନାୟକ ଏଥିରେ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି।ଭଜନଟିକୁ ଉମା ଶଙ୍କର ବେହେରା କଣ୍ଠ ଦାନ କରିଥିବାବେଳେ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶିବରାମ ଭାଇ ଏବଂ ସହ ନିର୍ଦ୍ଦେଶନା ପ୍ରଭାତ କୁମାର ସଜାଇଛନ୍ତି।କ୍ୟାମେରା ମହେଶ ଫୋଟୋଗ୍ରାଫି ଏବଂ ସମ୍ପାଦନା କୃଷ୍ଣ ନାୟକ ଦାଇତ୍ୱ ତୁଲାଇଛନ୍ତି।ଭଜନରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ତ୍ରିନାଥ କୁମାର ଏବଂ ସହ ନିର୍ଦ୍ଦେଶନା ଭାବେ ପ୍ରଶାନ୍ତ ପ୍ରତିନିଧି।ଭଜନଟି ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁଟିଙ୍ଗ କରାଯାଇଛି।ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ଭଜନ ନିର୍ମାଣ କରାଯାଇଥିବା ବେଳେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ପ୍ରଯୋଜକ ସୀମାଞ୍ଚକ ବିଶ୍ୱାଳ ଆଶା ପ୍ରକଟ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!