93

ଜଳିଗଲା ୩ ବଖରା ବାସଗୃହ

ପାତ୍ରପୁର ,୨୬/୧୨(ମନୋଜ କୁମାର ପାତ୍ର):ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତ ଲଙ୍କା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୩ ବଖରା ବାସଗୃହ ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡରେ ଗୁମୁଡି ବିଶ୍ୱନାଥ, ଗୁମୁଡି ଜାନକୀ ଓ ଗୁମୁଡି କଇରୀଙ୍କ ତିନି ବଖରା ନଷ୍ଟ ହେବା ସହ ସମସ୍ତ ଆସବାବ ପତ୍ର ନିଆରେ ଜଳି ନଷ୍ଟ ହୋଇଛି l କୋଣସି କାରଣରୁ ଅଗ୍ନିକାଣ୍ଡ ହେଇଥିବା ବେଳେ ସାହି ପଡୋଶୀ ଲୋକେ ଘଟଣା ସ୍ଥଳ ରେ ପହଞ୍ଚି ସମ୍ପୃକ୍ତ ପରିବାର ଲୋକଙ୍କୁ ଘର ଭିତରୁ ଉଦ୍ଧାର କରିଵା ସହ ନିଆଁକୁ ଆୟତ କରିଥିଲେ l ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ଗାଁ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଗରିବ ଅସହାୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ  ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଇଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!