70

ସାଉଁଟା ଫୁଲ ସାହିତ୍ୟ ପତ୍ରିକାର ଲୋକାର୍ପଣ ଉତ୍ସବ

ରାଜକନିକା,୨୭/ ୧୨: ରାଜକନିକା ସ୍ଥିତ ଗୋପାଳବେଡା ମନ୍ଦିର ପ୍ରାଙ୍ଗଣରେ ସାଉଁଟା ଫୁଲ ସାହିତ୍ୟ ପତ୍ରିକାର ଲୋକାର୍ପଣ ଉତ୍ସବ ପତ୍ରିକାର କାର୍ଯ୍ୟ ନିର୍ବାହୀ ସମ୍ପାଦିକା ସୁଶ୍ରୀ ମନସ୍ଵିନୀ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏସ .ଏନ କଲେଜ ରାଜକନିକାର ଅବସର ପ୍ରାପ୍ତ ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡ଼ା ପ୍ରଦୀପ ପ୍ରଜ୍ଜ୍ବଳନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ  ସୁରେଶ ମିଶ୍ର ଯୋଗଦେଇ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ସାଉଁଟା ଫୁଲ ସାହିତ୍ୟ ପତ୍ରିକାର ଅବଦାନକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ମୂରଲୀଧର ଓଝା  ଓ  କବି ମନୋଜ କୁମାର ସେନାପତି ଯୋଗଦେଇଥିଲେ । କବୟିତ୍ରୀ ସରୋଜିନୀ ମିଶ୍ର ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କବୟିତ୍ରୀ ମଧୁସ୍ମିତା ମଲିକ , ମିରାରାଣୀ ଓଝା , ଗୁଣମଣି ମିଶ୍ର , ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ବହୁ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ତୁଳସୀ ମହିଳା ବିଦ୍ୟାଳୟର ଅଧ୍ୟାପିକା ତେଜସ୍ବିନୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେଶ କୁମାର ପାଣି , ମମତା ସାମଲ  ମାନସ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!