ମୁନିଗୁଡା,୨୯/୧୨ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁସୁମଗୁଡି ଯିବା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ ମୁହାମୁହି ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ହୋଇପଡିଥିଲା।ଘଟଣା ସ୍ଥଳରେ ଥିବା କିଛି ସ୍ଥାନୀୟ ଲୋକ ଏହି ଦୁର୍ଘଟଣା ଖବର ପରିବାରକୁ ଜଣାଇ ଥିଲେ ପରେ ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ। ଦୁଇଜଣ ଆହତ ଅନନ୍ତରାମ ନାଗ (62)ଗ୍ରାମ ବାଙ୍କୀଲି ଓ ବିଜୟ ବେନିଆଁ(20) କଲ୍ୟାଣିସିଂପୁର ସ୍ଥିତ ବୋରିପାଇ ଗ୍ରାମର ବୋଲିଜଣା ପଡ଼ିଛି ।ଦୁଇ ଜଣ ଆହତଙ୍କ ମଧ୍ୟରୁ ଅନନ୍ତରାମ ନାଗଙ୍କ ମୃତ ହୋଇଥିବା ଡାକ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘୋଷଣା କରିଥିବା ଜଣାପଡିଛି l ବିଜୟ ବେନିୟାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୁନିଗୁଡା ପୋଲିସ ଖବର ପାଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ ଚଳାଇଛନ୍ତି ।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ଥାନା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |