68

ଡିମୁଣ୍ଡି ଭଳିବଲ ଟୁର୍ଣ୍ଣାମେଣ୍ଟ ରେ ଶିରିଗୁଡାଦଳ ଚମ୍ପିୟାନ

କାଶୀପୁର,୩୧/୧୨:କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତଅନ୍ତର୍ଗତଡିମୁଣ୍ଡି ଗ୍ରାମରେଗତ12ତାରିଖରୁ ଆରମ୍ଭ ହୋଇଥିବା ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି ।ଗ୍ରାମର ମାଁ କନ୍ଧେଇ ରାଣୀଯୁବ ସଙ୍ଘ ପକ୍ଷରୁ ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ଶିରିଗୁଡା ଦଳ ବିଜୟ ହୋଇଥିଲା ।

ଏହି ଅବସରରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବ ରେ ଉତ୍କଳ ଆଲୁମିନାର ଆଡମିନଏ ଏମ ସୁବାଷ ଚନ୍ଦ୍ର ନାୟକ ସିଏସ ଆର ମୁଖ୍ୟ ଶିବ ମହାପାତ୍ରପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଏବଂ ରନର ଅପ ଦଳକୁ ପୁରସ୍କୁତ କରିବା ସହ ଖେଳ ପ୍ରେମୀଯୁବଜଙ୍କୁ ଉତ୍ସାହିତ କରାଇ ଥିଲେ ।ବିଜେତା ଶିରିଗୁଡା ଦଳକୁ ଟ୍ରଫି ସହିତ ପନ୍ଦର ହଜାର ଟଙ୍କାଏବଂ ଉପ ବିଜେତାଆର ଆର କଲୋନୀ01 (ରାମିବେଡ଼ା) ଦଳକୁ ଟ୍ରଫି ସହ ଦଶ ହଜାର ପ୍ରଦାନ କରାଯାଇଥିଲା ।ଯୁବ ସଙ୍ଘର ସଞ୍ଜୟ ନାଏକ ସହିତ ଅନ୍ୟମାନେ ତୁର୍ଣ୍ଣାମେଣ୍ଟ କୁ ପରିଚାଳନା ଜରିଥଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!