ମା’ ଖରାଖାଇ କ୍ରିକେଟ୍ କ୍ଳବ୍, ଆଳି ଚାମ୍ପିଅନ
ରାଜକନିକା,୩ା୧:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସର ମିଳିତ ଆନୁକୂଲ୍ୟରେ ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକାଏନ୍ଦା ଠାରେ ଅନୁଷ୍ଠିତ ୪୩ ତମ ବିପ୍ଳବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ବହୁରୂପା କ୍ରିକେଟ୍ କ୍ଲବ୍ ନୂଆପଡ଼ାକୁ ୨୨ ରନ୍ରେ ହରାଇ ଆଳିର ମା’ ଖରାଖାଇ କ୍ରିକେଟ୍ କ୍ଲବ୍ ଚାମ୍ପିୟନ ହୋଇଛି । ଟସ୍ ଜିଣି ଖରାଖାଇ କ୍ଲବ୍ ବ୍ୟାଟିଂ କରିଥିଲା । ନିଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବ୍ରେ ବହୁରୂପା ୨୦ ଓଭର ଖେଳି ୯ ଉଇକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଯୁବକ ସଂଘର ଉପଦେଷ୍ଟା ବିଦ୍ୟାଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଂଚଳରେ ଏଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ ଫଳରେ ଯୁବକମାନଙ୍କ ମଧ୍ୟରେ କ୍ରୀଡା ନୈପୁଣ୍ୟତା ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନନିତ ଅତିଥି ଭାବେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ଼ର ଅଧ୍ୟକ୍ଷ ବିପିନ ବିହାରୀ ବାରିକ, ସରକାରୀ ଓକିଲ ସଂଜୟ କୁମାର ଜେନା, କେନ୍ଦ୍ରାପଡ଼ା ଆଥ୍ଲେଟିକ୍ ଆସୋସିଏସନ୍ର ସଂପାଦକ ଜ୍ୟୋର୍ତିମୟ ଦାସ, ଗଙ୍ଗାଧର ପାଗଳ, ଧିରେନ୍ଦ୍ର କୁମାର ଦାସ, ସିକୋ ପଂଚାୟତର ସରପଂଚ ଗାୟତ୍ରୀ ଜେନା ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଗୁରୁ ବ୍ରଦର୍ସ ମୁମ୍ବାଇ ତରଫରରୁ ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ସମେତ ଏକୋଇଶି ହଜାର ଟଙ୍କାର ଚେକ ଏବଂ ପରାଜିତ ଦଳକୁ ରନର୍ସ ଅଫ ଟ୍ରଫି ସହିତ ପନ୍ଦର ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସତ୍ୟରଞ୍ଜନ ସାମଲଙ୍କୁ ଏକ ହଜାର ଏବଂ ଟୁର୍ଣ୍ଣାମେଂଟରର ଶ୍ରେଷ୍ଠ ଖେଳାଳି ସତ୍ୟକାନ୍ତ ଭରଦ୍ୱାଜଙ୍କୁ ଦୁଇ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଯୁବକ ସଂଘର କୋଷାଧକ୍ଷ କୈଳାସ ଚନ୍ଦ୍ର ସେଠୀ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଦୁଶାସନ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅମିତ୍ ଗୁରୁ ସ୍ୱାଗତ ସଙ୍ଗୀତଗାନ କରିଥିଲେ । ସଭାପତି ପ୍ରମୋଦ ରାଉତ, ସଂପାଦକ ସରୋଜ ବେହେରା, ଅଜିତ୍ ଗୁରୁ, ଶକ୍ତିମୟ ବିଶ୍ୱାଳ, ବିଜୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନିଗମାନନ୍ଦ ବେହେରା ଏବଂ ପ୍ରକାଶ ସାହୁ ଖେଳ ପରିଚାଳନା କରିଥିଲେ । ଶେଷରେ ରାଜକନିକା ବ୍ଲକ୍ ସଂଯୋଜକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |