117

ମନ୍ଦିରର ପାର୍ଶ୍ଵଦେବୀ ମୂର୍ତି ଭାଙ୍ଗି ଫିଙ୍ଗିଦେଲେ ଦୁର୍ବୁତ୍ତ

ମୁନିଗୁଡା,୩/୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତୋଳା ଠାରେ ଥିବା ରାମେଶ୍ୱର ମନ୍ଦିରରେ ଘଟିଛି ଏକ ଅଭାବନୀୟ ଘଟଣା, ଘଟଣାରୁ ପ୍ରକାଶ ଯେ କେହି ଦୁର୍ବୁତ୍ତ ମାନେ ମନ୍ଦିରର ପାର୍ଶ୍ୱ ମୂର୍ତ୍ତି ଓ ବୃନ୍ଦାବତୀ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଗତକାଲି ରାତି ମନ୍ଦିରର ପାର୍ଶ୍ଵଦେବୀ ସରସ୍ବତୀ ଓ ଲଷ୍ମୀ ମୂର୍ତ୍ତିକୁ ସେମାନଙ୍କ ନିର୍ଧାରିତ ଆସ୍ଥାନରୁ ନେଇ ମନ୍ଦିର ପଛପଟ ଫିଙ୍ଗି ଦେଇଥିବା ଦେଖାଯାଇଥିବା ବେଳେ ମୂର୍ତ୍ତିର ମୁକୁଟ ସହ ଅନ୍ୟ ସ୍ଥାନ ଗୁଡିକ ଭାଙ୍ଗି ପଡିଛି l ସେହିପରି ମନ୍ଦିର ସମ୍ମୁଖରେ ଥିବା ବୃନ୍ଦାବତୀ ମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି l ବୃନ୍ଦାବତୀ ମୂର୍ତ୍ତିର ଦୁଇଟି ହାତ ସହ ମୁକୁଟ ମଧ୍ୟ ଭାଙ୍ଗି ପଡିଥିବା ଦେଖାଯାଇଛି l ଏଥିସହ ମନ୍ଦିରର ସମ୍ମୁଖରେ ଥିବା ମଣ୍ଡପ ପରିସରରେ ଥିବା ଜଗନ୍ନାଥଙ୍କ ମୁକୁଟ ମଧ୍ୟ ନଥିବାସହ ମୁକୁଟ ଚୋରି ହୋଇଥିବା ଜଣାପଡିଛି l ଭୋରରୁ ମନ୍ଦିର ପୂଜକ ନିତ୍ୟ ପୂଜା ପାଇଁ ମନ୍ଦିରକୁ ଆସି ମନ୍ଦିର ଖୋଲିବା ବେଳକୁ ମନ୍ଦିର ପାର୍ଶ୍ୱରେ ଥିବା ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ନଥିବା ଦେଖିବା ସହ ମନ୍ଦିର ଚାରିପଟେ ବୁଲିବା ବେଳକୁ ମନ୍ଦିରର ପଛପଟ ମୂର୍ତ୍ତିଦ୍ବୟ ପଡିଥିବା ଦେଖିଥିଲେ ପରେ ମନ୍ଦିର ପରିସରରେ ଥିବା ବୃନ୍ଦାବତୀ ମୂର୍ତ୍ତି ଭାଙ୍ଗିଥିବା ଓ ଜଗନ୍ନାଥଙ୍କ ମୁକୁଟ ନଥିବା ଦେଖି ଦୁଃଖ ପ୍ରକାଶ କରିବା ସହ ମନ୍ଦିର କମିଟିଙ୍କୁ ଜଣାଇଥିଲି ବୋଲି କହିଛନ୍ତି ମନ୍ଦିର ପୂଜକ ସୁଶାନ୍ତ ଦାସ l ପରେ କମିଟିର ସଦସ୍ୟ ମାନେ ଆସି ମନ୍ଦିର ବୁଲି ଦେଖିବା ପରେ ଦୁଃଖ ଅନୁଭବ କରିବା ସହ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏହା କୌଣସି ମନ୍ଦ ଉଦ୍ଧେଶ୍ୟକୁ ନେଇ କେହି ଦୁର୍ବୁତ୍ତ ମାନେ ଭାଙ୍ଗି ଦେଇଥିବା ସହ ହିନ୍ଦୁ ବିରୋଧୀ ମାନେ ଏହିପରି କରିଥାଇ ପାରନ୍ତି ବୋଲି କହିଛନ୍ତି ମନ୍ଦିର ସମ୍ପାଦକ ପୁରୁଷୋତ୍ତମ ଜେନା l ଲିଖିତ ଅଭିଯୋଗ ପାଇବା ପରେ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନିର୍ଦେଶକ୍ରମେ ଥାନା ଏସଆଇ ଯଶୋବନ୍ତ କହଁର ଓ ନରସିଂହ ବେହେରା ପ୍ରମୁଖ ହୁକୁମତୋଳା ରାମେଶ୍ୱର ମନ୍ଦିରକୁ ଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛିନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!