76

ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର,୩/୧(ମନୋଜ କୁମାର ପାତ୍ର): ବ୍ରହ୍ମପୁର ଠାରେ ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ରେଳଷ୍ଟେସନ ନିକଟସ୍ଥ ଗୁରୁକୂଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ପରିସର ସମ୍ମିଳନୀ କକ୍ଷଠାରେ ରେ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ,ଓ ସାମ୍ବାଦିକ ମାନଙ୍କୁ ନେଇ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା।ଉକ୍ତ ସଭାରେ ସଂଘର ସଭାପତି ରଘୁନାଥ ସାହୁ ସଭାପତତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ବିଜେଡି ଜିଲ୍ଲା ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇଥିଲେ। ସଂଘର ଉପସଭାପତି ରାଜକିଶୋର ପାଢ଼ୀ ମଂଚାସୀନ ଥିଲେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ରାଜ୍ୟ ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଶେଷରେ ରାଜ୍ୟସଭାପତି ଶ୍ରୀ ସାହୁ କହିଥିଲେ ସରକାରଙ୍କ ସରକାରୀ ସ୍କୁଲକୁ ଯୋଉପରି ସୁବିଧା ଦିଆ ଯାଇଛି। ସେହିପରି ଘରୋଇ ସ୍କୁଲକୁ ସୁବିଧା ଦିଅlଯାଉ ଏବଂ ସେହି ଆଇନକୁ ପୁନର୍ବିଚାର କରାଯାଉ ବୋଲି ଘରୋଇ ବିଦ୍ୟାଳୟେ ମହାସଂଘ ଓଡ଼ିଶା ତରଫରୁ କହିଛନ୍ତି।ଶେଷରେ ଗୁରକୂଳ ଇଣ୍ଟେର୍ନେସନାଲ ପବ୍ଲିକ ସ୍କୁଲର ସମ୍ପାଦିକା ଅନିତା କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର କାର୍ଯ୍ୟକର୍ତା ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!