ବ୍ରହ୍ମପୁର,୩/୧(ମନୋଜ କୁମାର ପାତ୍ର): ରବିବାର ଅପରାହ୍ନରେ ବ୍ରହ୍ମପୁର ଅନ୍ତର୍ଗତ ଆମ୍ବପୁଆ ସିଟି କଲେଜ ପଡ଼ିଆ ଠାରେ ହାଙ୍ଗାମା ପ୍ରିମୀୟର ଲିଗ୍ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଧର୍ମରାଜୁ ରେଡି ଯୋଗ ଦେଇଥିଲେ।ଆଜିର ଏହି ଫାଇନାଲ୍ ମୁକାବିଲାରେ ଛତ୍ରପୁର ସ୍ଥିତ ସମ୍ମାର ଟିମ୍ ଫାଇନାଲ୍ ଜିତିଥିବା ବେଳେ ଲାଞ୍ଜିପଲ୍ଲି ଟିମ୍ ରନର୍ସଅଫ ହୋଇଥିଲା । ଆଜିର ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଯୁବ ଗୋଷ୍ଠୀ ଉପସ୍ଥିତ ରହି ମଜ୍ଜା ନେଇଥିଲେ। କିନ୍ତୁ ମୁଖ୍ୟ ଅତିଥି ଶ୍ରୀ ଜେନା ମୁଖ୍ୟ ଆକର୍ଷଣ ଥିଲେ।ଅନ୍ୟ ମାନଙ୍କ ମଧରେ ମୁଖ୍ୟ ଆୟୋଜନକାରୀ ସିଦ୍ଧାର୍ଥ ଶତପଥି ,ତରୁଣ କର ,ସୁମନ ନାହାକ ,ଶ୍ରୀକାନ୍ତ ଶତପଥି , ନିଳାମ୍ବର ପାତ୍ର, ଶେଖର ଦାସ , ନିଗିର ଦାସ , ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |