48

୩ଶହ ଲିଟର ଚୋରା ମଦ ସହ ବୋଲେରୋ ଜବତ

ଢେଙ୍କାନାଳ ୦୭।୦୧ :    ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଆମ୍ବପଲାସ ଗାଁରେ ମିଳିତ ଭାବେ ଚଢାଉ କରାଯାଇଛି ।  ଚୋରା ମଦ ସହ ବୋଲେରୋ ଜବତ । ଗାଡିରୁ ଅନେକ ମାରଣାସ୍ତ୍ର  ମଧ୍ୟ ଜବତ ହୋଇଛି ।ଖବର ଅନୁଯାୟୀ, ଚୋରା ମଦ କାରବାର ନେଇ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଉଭୟ ଟିମ୍‌ ଆମ୍ବପଲାସ ଗାଁରେ ନିକଟରେ ଜଗି ରହିଥିଲେ । ଠିକ୍‌ ଏହି ସମୟରେ ଏକ ବୋଲେରୋ ଗାଡ଼ି ଆସିଥିଲା । ଗାଡି଼କୁ ତନାଘନା ପରେ ସେଥିରୁ ୩ଶହ ଲିଟର ମଦ ଜବତ ହୋଇଛି । ଏହାସହିତ ଗାଡ଼ିରେ ବହୁ ମାରଣାସ୍ତ୍ର ମଧ୍ୟ ରହିଥିଲା । ଯହାକୁ ଜବତ କରିଛନ୍ତି ଉଭୟ ଟିମ୍‌ । କିନ୍ତୁ ଘଟଣାସ୍ଥଳରୁ ଗାଡି ଚାଳକ ଓ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ପରଜଙ୍ଗ ପୋଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!