47

ଜାତୀୟ ରାଜପଥରେ ଦିବାଲୋକରେ ହତ୍ୟା

କୋରାପୁଟ,୮/୧(ରଂଜିତ କୁମାର ପଣ୍ଡା):କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସୋସାହାଣ୍ଡି ଗ୍ରାମରେ ଜାତୀୟ ରାଜପଥ ଉପରେ ଦିବା ଘ 10ଣ୍ଟା ସମୟରେ ଜଣେ ଯୁବକ ଙ୍କୁ ଛୁରା ମାଡ଼ କରି ହତ୍ୟା କରାଯାଇଛି. ସୂଚନା ରୁ ଜଣାପଡିଛି. ପୂର୍ବରୁ ଘର ଜାଗା ରାସ୍ତା ବିବାଦ ନେଇ ଉଭୟ ପରିଵାର ମଧ୍ୟରେ ଗଣ୍ଡଗୋଳ ଅଶାନ୍ତି ଲାଗି ରହିଥିଲା. ଦୁଇ ଦିନ ତଳେ ଝଗଡା ହୋଇଥିଲା. ଆଜି ସକାଳେ 10ଘଣ୍ଟା ସମୟରେ ଦଶରଥ ହରିଜନ ରାସ୍ତା ରେ ଠିଆ ହୋଇଥିବା ବେଳେ ବିରୋଧୀ କରମୀ ହରିଜନ ଏବଂ ଳକ୍ଷଣ ହରିଜନ ନାମକ ଦୁଇ ଭାଇ ମିଶି ଦଶରଥ ଙ୍କୁ ଆକ୍ରମଣ କରଥିଲେ. ଶେଷରେ ଲକ୍ଷଣ ହରିଜନ ଧାରୁଆ ଛୁରୀ ଦ୍ଵାରା ଦଶରଥ ଙ୍କୁ ଭୁସି ହତ୍ୟା କରିଥିଲା. ଏଥିରେ କରମୀ ହରିଜନ ମଧ୍ୟ ଅଲଟା ଆଘାତ ପାଇ ଥିବାରୁ ତାକୁ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରାଯାଇଛି. ଦିବାଲୋକରେ ମୁଖ୍ୟ ରାସ୍ତା ରେ ଏପରି ଘଟଣା ଘଟି ଥିବାରୁ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୄଠି ହୋଇଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!