150

ବସ୍‌ ଚଳାଇ ପ୍ରବାସୀଙ୍କୁ ଟିଏମସି ସେଣ୍ଟରରେ ନେଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା, ୮/୮(ଓଡିଆନ ମିଡିଆ ): ବସ୍‌ ଚଳାଇ ପ୍ରବାସୀଙ୍କୁ ଟିଏମସି ସେଣ୍ଟରରେ ନେଲେ   ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ  । ତାଙ୍କୁ ବସ୍‌ ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା । ସେ ଏକ ବସର ଡ୍ରାଇଭର ସାଜି ମେଲଛାମୁଣ୍ଡା ଥାନା ସାଲେପାଲି ଓ ପେଟୁପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ଲୋକଙ୍କୁ ଆଣିବାକୁ ଯାଇଥିଲେ । ସାଲେପାଲି ସେଣ୍ଟରରେ ଥିବା କୋଲକତା ଫେରନ୍ତା ଏକ ପରିବାରର ୫ଜଣ ଏବଂ ପେଟୁପାଲି ସେଣ୍ଟରରେ ଥିବା ୨ଜଣଙ୍କୁ ସୋହେଲା କଲେଜ ଟିଏମସିକୁ ଆଣିଥିଲେ । ତାଙ୍କ ସହିତ ସୋହେଲା ବିଡିଓ ବିଶ୍ୱରଂଜନ କର, ସୋହେଲା ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପଧାନ ପ୍ରମୁଖ ଯାଇଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ସେ ନିଜେ ବାହାରି ଲୋକଙ୍କ ସେବା କରି ଚାଲିଥିବାରୁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!