Odian News
87

ନିଆଁରେ ପୋଡି ପରିବାରର ୪ଜଣ ଗୁରୁତର

ଝାରସୁଗୁଡା , ୧୧।୦୧: ଝାରସୁଗୁଡା ଜିଲାର ବ୍ରଜରାଜନଗର ଅନ୍ତର୍ଗତ ହରିଓମ ବିହାରରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଘରେ ଶୋଇଥିବା ବେଳେ ନିଆଁରେ ପାଡି ହୋଇ ପରିବାରର ୪ ଗୁରୁତର ହୋଇଛନ୍ତି। ମାଆ,ପୁଅ, ବିବାହିତା ଝିଅ ଓ ନାତୁଣୀ ପୋଡି ହୋଇ ଗୁରୁତର ହୋଇଛନ୍ତି। ଏପରି ହେବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସଭିଁଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଛି। ଖବର ଅନୁଯାୟୀ, ବ୍ରଜରାଜନଗର ହରିଓମ ବିହାରରେ ଗୋଟିଏ ଘରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ଘରେ ଥିବା ଏକ ପଲଙ୍କରେ ବାବୁ ସିଂହ, ତାଙ୍କ ମା, ଭଉଣୀ ଓ ଭାଣିଜୀ ଶୋଇଥିବାବେଳେ ଅଚାନକ ନିଆଁ ଲାଗି ସମସ୍ତେ ଗୁରୁତର ହୋଇଥିଲେ। ନିଆଁର କାରଣ ଜଣା ପଡ଼ିନାହିଁ। ସକାକୁ ଖବରପାଇ ସ୍ଥାନୀୟ ଲୋକେ ପହଂଚି ପାଣି ଓ ବାଲି ଫୋଫାଡ଼ି ନିଆଁ କୁ ଆୟତ୍ତ କରିଥିଲେ।ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!