Odian News
101

ଆଜିଠୁ ଝାରୁସୁଗୁଡ଼ାରୁ ମୁମ୍ୱାଇ- ବେଙ୍ଗାଲୁରୁ ବିମାନ ଚଳାଚଳ କରିବ

ଝାରସୁଗୁଡ଼ା,୧୨/୦୧: ଆଜି ଠାରୁ ଆରମ୍ଭ ହେବା ବହୁ ପ୍ରତୀକ୍ଷିତ ଝାରୁସୁଗୁଡ଼ାରୁ ମୁମ୍ୱାଇ ଓ ବେଙ୍ଗାଲୁରୁ ବିମାନ ସେବା ।ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚାଲିବ ବିମାନ । ୧୮୯ ସିଟ୍ ବିଶିଷ୍ଟ ସ୍ପାଇସ୍ ଜେଟର ୭୩୭-୮୦୦ ବୋଇଂ ବିମାନ ମଙ୍ଗଳବାର ଦିନ ସାଢେ ୧୨ଟାରେ ମୁମ୍ବାଇରୁ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରେ ପହଞ୍ଚିବା ପରେ ଏଠାରେ ଯାତ୍ରୀମାନଙ୍କୁ ସ୍ବାଗତ କରାଯିବା ସହ ବେଙ୍ଗାଲୁରୁକୁ ପ୍ରଥମ ଉଡାଣ ଭରିବ ।  ଏଯାଏ ମୁମ୍ୱାଇ-ଝାରସୁଗୁଡ଼ା ପାଇଁ ୬୮ଟି ସିଟ୍‌ ବୁକିଂ ହୋଇ ସାରିଥିବା ବେଳେ ଯିବା ଲୋକଙ୍କ ଏ ଯାଏ ସିଟ ବୁକିଂ ହୋଇଛି ୮୮ଜଣ । ସେହିପରି ବେଙ୍ଗାଲୁରୁରୁ ଝାରସୁଗୁଡ଼ା ୯୪ ଜଣ ଓ ଝାରସୁଗୁଡ଼ାରୁ ବେଙ୍ଗାଲୁରୁ୧୫୭ଟି ସିଟି ଏଯାଏ ବୁକ୍‌ ହୋଇ ସାରିଛି । ଏହି ଚାରି ସେକ୍ଟର୍‌କୁ ସ୍ପାଇସ୍‌ ଜେଟ୍‌ର ବୋଇଂ ୭୩୭ ବିମାନ ସପ୍ତାହକୁ ଚାରିଦିନ ଚଳାଚଳ କରିବ । ଏହି ବିମାନ ମୁମ୍ୱାଇରୁ ୧୦ଟା ୩୦ରେ ବାହାରି ଝାରସୁଗୁଡ଼ାକୁ ୧୨ଟା ୩୦ରେ ପହଞ୍ଚିବ ଏବଂ ଅପରାହ୍ନ ୧ଟାରେ ଝାରସୁଗୁଡ଼ାରୁ ବାହାରି ୩ଟା ୧୦ରେ ବାଙ୍ଗାଲୁରୁକୁ ପହଞ୍ଚିବ । ସେହିପରି ବାଙ୍ଗାଲୁରୁରୁ ଅପରାହ୍ନ ୩ଟା୪୫ରେ ବାହାରି ଝାରସୁଗୁଡ଼ାକୁ ୫ଟା୪୦ରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ସନ୍ଧ୍ୟା ୬ଟା ୧୦ରେ ବାହାରି ୮ଟା୩୫ରେ ମୁମ୍ୱାଇ ପହଞ୍ଚିବ । ସେହିପରି ଗୁରୁବାର, ଶନିବାର ଓ ରବିବାର ମୁମ୍ୱାଇରୁ ସକାଳ ୯ଟାରେ ବାହାରି ଝାରସୁଗୁଡ଼ାକୁ ୧୧ଟାରେ ପହଞ୍ଚିବ ଏବଂ ପୂର୍ବାହ୍ଣ ୧୧ଟା ୪୦ରେ ଝାରସୁଗୁଡ଼ାରୁ ବାହାରି ଅପରାହ୍ନ୧ଟା ୫୦ରେ ବାଙ୍ଗାଲୁରୁକୁ ପହଞ୍ଚିବ । ସେହିପରି ବାଙ୍ଗାଲୁରୁରୁ ଅପରାହ୍ନ ୨ଟା୩୦ରେ ବାହାରି ଝାରସୁଗୁଡ଼ାକୁ ୪ଟା୪୦ରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ସନ୍ଧ୍ୟା ୫ଟା ୧୦ରେ ବାହାରି ୭ଟା୩୦ରେ ମୁମ୍ୱାଇ ପହଞ୍ଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!