ୱାଶିଂଟନ୍, ୧୨/୦୧:ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଆମେରିକାର ସଂସଦ ଭବନରେ ଗତ ବୁଧବାର ହୋଇଥିବା ହିଂସାକୁ ନେଇ ପ୍ରତିନିଧି ସଭାର ଡେମୋକ୍ରାଟ୍ ସାଂସଦମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଡେମୋକ୍ରାଟଙ୍କ ଦ୍ୱାରା ପରିଚାଳିତ ସଂସଦରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପରେ ପ୍ରତିନିଧି ସଭାର ବହୁମତ ପାର୍ଟିର ନେତା ଷ୍ଟୋନି ହେୟାର କହିଛନ୍ତି ଯେ, ଯଦି ଏହି ପ୍ରସ୍ତାବ ପାରିତ ହୋଇଯାଏ ତେବେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯାହାଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଅନ୍ୟପଟେ ଏହି ପ୍ରସ୍ତାବକୁ ବିରୋଧ କରି ରିପବ୍ଲିକାନ୍ ସାଂସଦ ଏଲେକ୍ସ ମୁନେ କହିଛନ୍ତି, ସଦନରେ ଏହି ଅଭିଯୋଗକୁ ନାମଞ୍ଜୁର କରିଦେବା ଉଚିତ୍ ବୋଲି । ପ୍ରତିନିଧି ସଭାର ଅଧ୍ୟକ୍ଷ ନ୍ୟାନ୍ସି ପେଲୋସି ଅଭିଯୁକ୍ତଙ୍କ ବିରୋଧରେ ସଂସଦରେ ଅଭିଯୋଗ ଆଣିବା ପୂର୍ବରୁ କହିଛନ୍ତି ଯେ, ଆମର ସମ୍ୱିଧାନ ଏବଂ ଲୋକତନ୍ତ୍ରର ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର। କାରଣ ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ସମ୍ୱିଧାନ ପ୍ରତି ବିପଦ ହୋଇପାରେ। ପେଲୋସିଙ୍କ ଟିମ୍ ୨୫ତମ ସଂଶୋଧନ ଲାଗୁ କରିବା ପାଇଁ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସନ୍ଧ୍ୟା ସମୟରେ ମତଦାନ କରିବା ପାଇଁ କହିବେ। ସେ ମଙ୍ଗଳବାରକୁ ପୂର୍ଣ୍ଣ ସଦନ ସାମ୍ନାରେ ଏହି ପ୍ରସ୍ତାବ ରଖିବେ । ଏହାକୁ ପାରିତ କରିବା ପାଇଁ ପେନ୍ସ ଏବଂ କ୍ୟାବିନେଟ୍ ପାଖରେ ମହାଭିଯୋଗ ବିଚାରର ପୂର୍ବ ୨୪ ଘଣ୍ଟା ସମୟ ରହିବ। ତେବେ ଆଶାରାଯାଉଛି ଏହି ମହାଭିଯୋଗର ଶୁଣାଣି ଆସନ୍ତା ବୁଧବାର ଦିନ ହୋଇପାରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |