49

ଆଜି ଭୁବନେଶ୍ବରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ୱର, ୧୨ା୧ : ଆଜି କରୋନା ଟିକା ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି । ଆଜି ଅପରାହ୍ଣ  ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ଦେଶର ୬୦ଟି ସ୍ଥାନକୁ ଏହି ଟିକା ପଠାଯିବ । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସୁଛି । ବିମାନରେ ୪୦ଟି ବାକ୍ସରେ କରୋନା ଟିକା ଆସୁଥିବା ବେଳେ ଓଜନ ପ୍ରାୟ ୧୨୮୦ କିଲୋଗ୍ରାମ ରହିଛି । ତେବେ ଟିକା ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ ରଖାଯିବ ବୋଲି ଜଣାପଡ଼ିଛି । ପୁଣେରୁ ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସିଛି । ବିମାନରେ ୪୦ଟି ବାକ୍ସରେ କରୋନା ଟିକା ଆସୁଥିବା ବେଳେ ଓଜନ ପ୍ରାୟ ୧୨୮୦ କିଲୋଗ୍ରାମ ରହିଛି । ତେବେ ଟିକା ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ ରଖାଯିବ ବୋଲି ଜଣାପଡ଼ିଛି ।ଆଜି ଭୋର ୫ଟା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ବତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ନିଆଯାଇଥିଲା । ସେଠାରେ ଟିକାଥିବା ସ୍ବତନ୍ତ୍ର କଣ୍ଟେନର ମାଧ୍ୟମରେ ଦେଶର ବିଭିନ୍ନ ସହରକୁ ପଠାଯାଇଛି । ଆଜି ପଠାଯାଇଥିବା ସହର ମଧ୍ୟରେ ରହିଛି ଭୁବନେଶ୍ବର, ଦିଲ୍ଲୀ, ଅହମଦାବାଦ, କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟଓ୍ବାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼ ।  ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏସବୁ ଟିକା ପଠାଯାଉଛି । ତେବେ ପୁନେରୁ ମୁମ୍ବାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ । କୁଲ-ଏକ୍ସ କୋଲ୍ଡ ଚେନ ଲିଃର ସ୍ବତନ୍ତ୍ର ଟ୍ରକ ଯୋଗେ ଏସବୁ ଟିକା ପଠାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!