14

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧  : ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି ଦ୍ୱାରା ପରିଚାଳିତ ଆଶ୍ରୟସ୍ଥଳରେ ବାଣ୍ଟିବା ପାଇଁ ଏକ ବିଜ୍ଞପ୍ତିରେ କୁହାଯାଇଛି । ବିଏମସିର ଅନୁମତି ନେଇ ଯେ କୌଣସି ବ୍ୟକ୍ତି, ସଂସ୍ଥା ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ । ଏହି ଆଇନକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରକୁ ଭିକାରିମୁକ୍ତ କରିବାକୁ ବିଏମସି ପ୍ରୟାସ ଚଳାଇଛି । ବାହାରେ ଖାଦ୍ୟ ବଣ୍ଟନ ଦ୍ୱାରା ବାସହରାମାନେ ବିଏମସି ଆଶ୍ରୟସ୍ଥଳକୁ ଯାଉନଥିବାରୁ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ପାଇଁ ବିଏମସି ଏହି ପଦକ୍ଷେପ ନେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!