12

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର, ୧୩ା୧  : ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ରାଓଙ୍କ ପରଲୋକ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଗତ ଦୁଇ ଦଶନ୍ଧି ଧରି ଶ୍ରୀ ରାଓ ୫୦ରୁ ଅଧିକ ଗରିବ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ । କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!