17

ପୂର୍ବ ଲଦାଖରେ ଚୀନ ନିଜର ୧୦ ହଜାର ସୈନିକଙ୍କୁ ହଟାଇଛି

ଲଦାଖ ,୧୩/୧: ପୂର୍ବ ଲଦାଖର ତାପମାତ୍ରା ଧୀରେ ଧୀରେ କମିବାରେ ଲାଗିଛି। ଏବେ ୨୦ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଏହାକୁ ସହି ପାରୁ ନାହିଁ ଚୀନ ସେନା। ଶେଷରେ ୧୦ ହଜାରରୁ ଅଧିକ ସୈନିକ ଏଲଏସିରୁ ପଛକୁ ଘୁଞ୍ଚିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଭାରତୀୟ ଯବାନଙ୍କର ଏଭଳି ସ୍ଥିତିକୁ ସାମ୍ନା କରିବାର ପୂର୍ବରୁ କ୍ଷମତା ରହିଛି। ଚୀନ ସେନା ଏହି ଥଣ୍ଡାକୁ ସହ୍ୟ ନ କରିପାରି ପଛଘୁଞ୍ଚା ଦେବା ନେଇ ପୂର୍ବରୁ ଅନୁମାନ କରିଥିଲେ ବିଶେଷଜ୍ଞ। ଶେଷରେ ସେୟା ହେଲା। ପଛଘୁଞ୍ଚା ଦେଲା ଚୀନ ସେନା। ପୂର୍ବ ଲଦାଖରେ ଚୀନ ନିଜର ୧୦ ହଜାର ସୈନିକଙ୍କୁ ହଟାଇ ଦେଇଛି। ଭାରତୀୟ ସୀମାରେ ପାରମ୍ପରିକ ଭାବେ ଯେଉଁଠି ଚୀନ ସେନା ପ୍ରଶିକ୍ଷଣ ନେଉଥିଲେ, ସେହି ସ୍ଥାନ ଏବେ ଖାଲି ରହିଛି। ଏମିତିକି ଭାରତୀୟ ସୀମା ସଂଲଗ୍ନ ୨୦୦ କିଲୋମିଟର ଅଞ୍ଚଳରୁ ଚୀନ ନିଜ ସୈନିକଙ୍କୁ ହଟାଇ ଦେଇଛି। ଏସବୁ ଅଞ୍ଚଳରେ ହେଉଥିବା ହାଡଭଙ୍ଗା ଶୀତ କାରଣରୁ ଚୀନ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ପୂର୍ବ ଲଦାଖର ତାପମାତ୍ର ଦିନକୁ ଦିନ କମିବାରେ ଲାଗିଛି। ଏବେ ଏଠାକାର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ଏଭଳି ସ୍ଥିତିରେ ଚୀନ ସୈନିକମାନେ ଅସୁସ୍ଥ ହୋଇ ପଡୁଛନ୍ତି। କାରଣ ଏତେ ଉଚ୍ଚତା ବିଶିଷ୍ଟ ସ୍ଥାନରେ ଏତେ କମ ତାପମାତ୍ରାରେ ଚୀନର ସୈନିକ ରହିବାରେ ଅଭ୍ୟସ୍ତ ନାହାନ୍ତି। ଯାହା ଚୀନ ପାଇଁ ବୁମେରାଂ ହୋଇଛି। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ଯବାନମାନେ ଲଦାଖରେ ଜାଗ୍ରତ ହୋଇ ରହିଛନ୍ତି। କୌଣସି ବି ସମୟରେ ଚୀନର ମୁହଁ ଭାଙ୍ଗିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ସେନା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!