34

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ

ନବରଙ୍ଗପୁର/ଡାବୁଗାଁ:୧୩/୧(ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ କହିଲେ ଚାଲେ ଏଠାରେ ଶିବରାତ୍ରି ପୂର୍ବରୁ ଭକ୍ତ ମାନଙ୍କ ଭିଡ ଆରମ୍ଭ କହାଇଗଲାଣି | ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି | ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ରହଛିି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ପ୍ରଥମେ ଚଳ ଛପର ଘୋରେ ବାବାଙ୍କ ମନ୍ଦିର ନିର୍ମାଣ ହୋଇଥିଲା | କିନ୍ତୁ ବର୍ତ୍ତମାନ ରୋ ମନ୍ଦିର କମିଟିର ପ୍ରଚେଷ୍ଟାରେ ୨୦୦୨ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମଝି ,ଜିଲାପାଳ, ଆଖପାଖ ଗ୍ରାମବାସୀ ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୩ ମସିହାରେ ମନ୍ଦିର ନିର୍ମାଣ ହୋଇଯାଇଥିଲା ଏବଂ ମନ୍ଦିର ପ୍ରତିଷ୍ଠା କରାଯାଇ ଥିଲା । ଏହି କେଲିଆ ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଥିବା ମୋନହର ଦୃଶ୍ୟ ଏବଂ ଔଷଧୀୟ ବୃକ୍ଷ ଗୁଡିକ ହରିଡା, ବାହାଡା,ଅଁଳା ଆଦି ବିଭିନ୍ନ ଔଷଧୀୟ ବୃକ୍ଷ । ଏହି ପର୍ଯ୍ୟଟନସ୍ଥଳ ନିକଟରେ ରହିଛି କେଲିଆ, ବାଣୁଆଗୁଡା, କୁମୁଝରିଆଗୁଡା, କପାଖନାଗୁଡା, ମାନିଆଗୁଡା ସେଠାରେ ଆଜିବି ଲୋକମାନଙ୍କ ସରଳ ନରିୀହ ଜୀବନଧାରା ଦେଖିବାକୁ ମିଳେ,ଉକ୍ତ ଗ୍ରାମ ଗୁଡକିକର ବାସ କରନ୍ତି ଭତରା, କଗୌଡ, ହରିଜନ, କୁମ୍ଭାର, ପରଜା, ଓ କନ୍ଧ ଭଳି ଆଦିବାସୀ ସମ୍ପ୍ରୋଦାୟର ଲୋକ ପର୍ଯ୍ୟଟନସ୍ଥଳୀ ର ଅପରୂପ ସୌନ୍ଦର୍ଯ୍ୟ ଉପଭଗ କରିବାକୁ ଏଠାକୁସୁଅ ଛୁଟେ ଓଡିଶା ସମେତ ପଡୋଶି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେସର ପର୍ଯ୍ୟଟକ |

ଏଠାରୁ ଜଙ୍ଗଲ ରାସ୍ତାରେ ୩ କିମିି ଦୂରରେ ରହଛିି ପାର୍ବତୀ ଗୁମ୍ଫା | ଯାହାର ରହସ୍ୟ ପର୍ଯ୍ୟଟକଙ୍କୁ ଟାଣିଆଣିବାକୁ ସକ୍ଷମ ହୁଏ | ଏହିଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଆଜିବି ରହସ୍ୟ ହୋଇ ରହିଛି | ଗୁମ୍ଫା ଭିତରେ ଥିବା ଧବଳ ରଙ୍ଗର ଲିଙ୍ଗଟି ହେଉଛି ମାଁ ପାର୍ବତୀଙ୍କ ଆସ୍ଥାନ ।ଅନ୍ୟ ଆକର୍ଷଣ ମଧ୍ୟରେ ରହିଛି “ଗଙ୍ଗା କୁଣ୍ଡ ” ଏହି ଛୋଟିଆ କୁଣ୍ଡର ପାଣି କେବେବି କମୁନି । ଏହାଛଡା ଜଙ୍ଗଲ ମଧ୍ୟକୁ କିଛିଦୂର ଚାଲିଗଲେ ଦେଖାଯାଉଛି ରାଜରାଜୋଡା କାଳର ବଗ୍ନାବଶେଷ ର ପୁରୁଣା କୁଅଁ ଏବଂ 300 /400 ବର୍ଷ ପୁରୁଣା ଇଟା ଖଣ୍ଡ ଗୁଡିକ ଏହାସହ ଜଙ୍ଗଲ ମଧ୍ୟରୁ ଭାସି ଆସୁଥିବା କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କ ଶବ୍ଦ ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟିକରେ | କିନ୍ତୁ ଦୁଃଖର ବିଷୟ ପ୍ରକୃତିର ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପାରି ନାହିଁ । କେଲିଆ ଶୈବପୀଠ ଠାରୁ ପାର୍ବତୀଗୁମ୍ଫା କୁ ସଂଯୋଗ କରୁଥିବା ପାଦଚଲା ପାହାଡଆି ରାସ୍ତାର ଉନ୍ନତକିରଣ ପାଇ ପ୍ରସ୍ତାବ ଦିଆ ଯାଇଛି ମାତ୍ର କାର୍ଯ୍ୟକାରୀ ହୋଇନାହିଁ ତେଣୁ ପର୍ଯ୍ୟଟକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।

ଏଠାରେ ପର୍ଯ୍ୟଟକମାନେ ରହିବା ପାଇଁ କଣସି ସୁବିଧା ନାହିଁ । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ରାଜସ୍ବ ବୃଦ୍ଧି ସାଙ୍ଗକୁ ଆଦିବାସି ସଂସ୍କୃତି , ପରମ୍ପରା ଲୋକଲଚନାକୁ ଆସିପାରନ୍ତା ବୋଲି କେଲିଆ ଶୈବପୀଠ ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର କହିଛନ୍ତି । ୩/୪ ବଷ୍ ହେଲା ଏହି ଶୈବପୀଠ କୁ ପର୍ଯ୍ୟଟନ ବଭିାଗ ନିଜି ହାତକୁକ ନେଇଥିବା ବେଳେ ଆଜିପର୍ଯ୍ୟନ୍ତ ଆଖିଦୃଶିଆ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ |ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!