46

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ କୁଇଜ,ଡିବେଟ ପ୍ରତିଯୋଗିତା

କାଶୀପୁର,୧୩/୧(ରତ୍ନାକର ନାୟକ):କାଶୀପୁର ବ୍ଲକ ଟିକିରିରେ ଆଜି ସ୍ୱାମୀବିବେକାନନ୍ଦ ଜୟନ୍ତୀତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଡିବେଟ ମାନ ଅନୁସ୍ଥିତ ହୋଇଯାଇଛି ।କାଶୀପୁର ବ୍ଲକସ୍ଥିତ କମ୍ରେଡ଼ ୟୁଥ ଆସୋସିଏସନ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କୋଭିଡ଼ ନିୟମକୁ ମାନି ପ୍ରଥମରୁ ସପ୍ତମ ଜୁନିଅର ଗ୍ରୁପ ଏବଂ ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀର ସିନିଅର ଗ୍ରୁପ ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଜୁନିଅର ମାନଙ୍କ ପାଇଁ ବକ୍ତୃତା ର ବିଷୟ ଥିଲା ଆମ ପରିବେଶ ପାଇଁସମାଜର ଭୂମିକା କଣ?।ସେହିପରି ସିନିଅର ଗ୍ରୁପ ପାଇଁ ଆମସମାଜ ପାଇଁ ଶିକ୍ଷାର ଆବଶ୍ୟକତା ନେଇ ପ୍ରତିଯୋଗିତା ହୋଇ ଥିଲା।ବକ୍ତୃତାର ସମୟ ପ୍ରତ୍ୟେକପାଇଁ ପାଞ୍ଚମିନିଟ ରହିଥିଲା ।ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁଅନୁଷ୍ଠାନ ପକ୍ଷରୁସାର୍ଟିଫିକେଟ ଏବଂ ସିଲଡ଼ ପ୍ରଦାନ କରାଯାଇଥିଲା ।କୁଇଜ ପ୍ରତିଯୋଗୀତାରେ ଉତ୍ତମ ନାଏକ ପ୍ରଥମ, କେଶରୀ ନାଏକ ଦ୍ଵିତୀୟ, ଜୟନ୍ତ ବାଘ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଡିବେଟ ଜୁନିଅର ଗ୍ରୁପ ରୁ ଭେଙ୍କେଟେଶ୍ବର ନାଏକ ପ୍ରଥମ, ପରମେଶ୍ୱର ମାଝୀ ଦ୍ଵିତୀୟ ଏବଂ ରିତିକ ନାଏକ ତୃତୀୟ ହୋଇଛନ୍ତି ।ସେହିପରି ସିନିଅର ଗ୍ରୁପରୁ ଅଭୟ ବାଘ, ଚିଣ୍ଟୁ ନାଏକ, ଏବଂ ରୋହିତ ନାଏକ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିଲେ ।ଅନୁଷ୍ଠାନର ସଭାପତି ପ୍ରଳୟ ବାଘଙ୍କ ତତ୍ତ୍ୱାବଧାନରେ ଆଯୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଆନନ୍ଦ ଗରଡା,ଦିବାକର ମାଝୀ, ଲକ୍ଷ୍ମଣ ନାଏକ, ମୁନା ନାଏକ ପ୍ରମୁଖପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!