କଳାହାଣ୍ଡି,୧୩/୧ ସୁରେଶ ଚନ୍ଦ୍ର ସାହୁ):ସରକାର ଲୋକ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଉତ୍ତମ ସ୍ବାସ୍ଥ୍ୟ ସେବା ନପାଇ ଏବେ ମାରାତ୍ମକ ବ୍ଲଡ଼୍ କ୍ୟାନସର ରୋଗରେ ପିଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଣେ ମହିଳା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମରେ ରୁହନ୍ତି ହରେକୃଷ୍ଣ ସୁନାନି ଓ ତାଙ୍କ ପତ୍ନୀ ଦୁତିଆ ସୁନାନି । ସ୍ତ୍ରୀ ଦୁତିଆ ସୁନାନୀ ଗତ ଏକ ବର୍ଷ ହେବ ମାରାତ୍ମକ ବୁଡ କ୍ୟାନସର୍ ରୋଗରେ ପିଡ଼ିତ ଅଛନ୍ତି । କୁଲି ମଜୁରି କରି ନିଜ ପରିବାର ର ଭରଣ ପୋଷଣ କରୁଥିବା ହରେକୃଷ୍ଣ ଦିନକୁ ଯେତିକି ରୋଜଗାର କରନ୍ତି ସେତିକିରେ ତାଙ୍କ ଘର ଚଳିବା କଷ୍ଟକର ତେବେ ଏମିତି ପରିସ୍ଥିତିରେ ସେ କେମିତି ନିଜ ସ୍ତ୍ରୀର ଚିକିତ୍ସା କରିବେ ସେନେଇ ଏବେ ଚିନ୍ତାରେ । ତେବେ ଘରେ ଥିବା ସୁନା ଅଳଙ୍କାର ବିକ୍ରି କରି ଯାହା ପଇସା ହେଲା ସେଥିରେ ସେ ବ୍ରହ୍ମପୁର ଓ କଟକ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଏବେ ତାଙ୍କ ସ୍ତ୍ରୀ ଘରେ ବିଞ୍ଛଣାରେ ପଡ଼ିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସେ ଆକୁଳ ନିବେଦନ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଓ ପଡୋଶୀ କିଛି ସାହାଯ୍ୟ କଲେ ଔଷଧ କିଣି ଖାଇବା ସହ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ତୁରନ୍ତ ସରକାରୀ ସୁବିଧା ଯୋଗାଇ ଦେବା ସହ ଦୁତିକା ଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏନେଇ ସ୍ଥାନୀୟ ମେଡିକାଲ୍ ଅଫିସରଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ସହ ଚିକିତ୍ସା ପାଇଁ ସମସ୍ତ ସୁବିଧା କରାଯିବା ସମେତ ବାହାର ରାଜ୍ୟକୁ ନେଇ ମଧ୍ୟ ଚିକିତ୍ସା କରାଯିବ ବୋଲି କହିଛନ୍ତି । ତେବେ ସରକାର କେବେ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେଇ ମାରାତ୍ମକ ବ୍ଲଡ଼ କ୍ୟାନସର ରୋଗରେ ପିଡ଼ିତ ଥିବା ଦୁତିକାଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |