ମୁନିଗୁଡା,୧୩/୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ତେଲୁଗୁ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଭୋଗୀ ପର୍ବ ପାଳିତ ହୋଇଯାଇଛି l ଏହି ଅବସରରେ ମୁନିଗୁଡାର ପାଇକସାହିରେ ଜାମି. ମହେଶ ଓ ମୁରଲୀ, ମହାଲକ୍ଷ୍ମୀ ପୂଜା ପଡିଆରେ କେ. ବାବୁଜି, ପି. ସନ୍ତୋଷ କୁମାର, ପି.ନରେଶ, ସୋମେଶ୍ୱର ରାଓ, ମୁନିଖୋଲ, କନିକା ପରମେଶ୍ୱରୀ ମନ୍ଦିର ପରିସରରେ ଟି. ଅଶୋକ କୁମାର, ପି. ରାଜୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଗୋବର୍ଦ୍ଧନ, ଖମଣସାହି, ଗୌଡ଼ସାହି ସହ ବିଭିନ୍ନ ସାହିରେ ଏହି ଭୋଗୀ ପର୍ବକୁ ଲୋକ ମାନେ କାଠକୁ ନିଆଁ ଲଗାଇ ଭୋଗୀ ପୂଜା କରିବା ସହ ଶିଶୁ ମାନେ ନୂତନ ବସ୍ତ୍ର ଧାରଣ କରି ମାନସିକ ଅନୁଯାୟୀ ଗୋବର ଘୋଷା ସହ ବିଭିନ୍ନ ପ୍ରକାର ପିଠା ପଣା ସହ ଇଡ଼ିଲି ମଧ୍ୟ ତିଆରି କରି ସେହି ପୂଜା କରାଯାଇଥିବା ଭୋଗୀ ନିଆଁରେ ପକାଇଥାନ୍ତି l ଏହା ଦ୍ୱାରା ଶିଶୁ ମାନଙ୍କ ଆରୋଗ୍ୟ ଭଲ ରହିବା ସହ ପରିବାରରେ ମଧ୍ୟ ସୁଖ,ଶାନ୍ତି ଓ ସମୃଦ୍ଧି ହୁଏ ବୋଲି ଏକ ବିଶ୍ୱାସ ରହିଛି l ଅବମାନନ କାଳରେ ରାକ୍ଷସ ମାନଙ୍କ ଠାରୁ ବିଜୟ ହାସଲ କରିବା ପରେ ବିଜୟ ଦିବସ ପାଳନ କରିବା ଅବସରରେ ଏହି ଭୋଗୀ ପର୍ବକୁ ଲୋକ ମାନେ କାଠକୁ ନିଆଁ ଲଗାଇ ଭୋଗୀ ପୂଜା ପାଳୁଥିଲେ ସେହି ପରମ୍ପରାକୁ ଲୋକେ ଏପର୍ଯ୍ୟନ୍ତ ବଜାୟ ରଖିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |