90

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ମୁନିଗୁଡା,୧୩/୧ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତଲା ନିକଟସ୍ଥ ବିରଜା ଢ଼ାବା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ,ଦୁଇ ଗୁରୁତର ଓ ଜଣେ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ବାଇକରେ ତେଲେଙ୍ଗାପଦରରୁ ବାଇକ ଯୋଗେ ନିଜ ଗ୍ରାମ ହାଟମୁନିଗୁଡା ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ପୋଲସର ବାଇକ ମୁହାମୁହିଁ ଧକ୍କା ହୋଇଥିଲା ଫଳରେ ଚାରି ଜଣ ଗୁରୁତର ଭାବେ ଆହାତ ହୋଇଥିଲେ ପ୍ରଥମେ ଚାରି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଜଣେ ମୃତ ହୋଇଥିବା ସୂଚନା ଦେବା ସହ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ l ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲାର ବଣ୍ଡାପିପିଲି ଅଞ୍ଚଳର ସୁକ୍ରୁ ଗୌଡ଼ ବୋଲି ଜଣାପଡ଼ିଛି l ଗୁରୁତର ଆହାତ ମାନେ ହେଲେ ବିଷମକଟକ ବ୍ଲକ ହାଟମୁନିଗୁଡା ଗ୍ରାମର ଅଭି ଗଙ୍ଗାଦଦୋରା,ସୁମନ ଗରଲେ ଏବଂ ପ୍ରତିକି ସେନାପତି ସାମାନ୍ୟ ଆହାତ ହୋଇଛନ୍ତି l ଗୁରୁତର ଆହାତ ମାନଙ୍କୁ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଗୁରୁତର ଥିବାରୁ ଦୁଇ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଯାଇଥିବା ମେଡିକାଲର ଡାକ୍ତର ଆଶିଷ ପଣ୍ଡା ଓ ଶୁଚିସ୍ମିତା ସାହୁ ସୂଚନା ଦେଇଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!