75

ପାଗଳ କୁକୁର କାମୁଡ଼ାରେ ୩ ଆହତ

ନବରଙ୍ଗପୁର,୧୩/୧(ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଦୁଇ ଦିନ ହେଲା ପାଗଳ କୁକୁର କାମୁଡ଼ାରେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅନ୍ୟପଟେ ଉତ୍ୟକ୍ତ ଗ୍ରାମବାସୀ ଏହି ପାଗଳ କୁକୁରଟିକୁ ମାରି ଦେଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ , ପାଗଳ କୁକୁରଟି ଦୁଇଦିନ ହେଲା ଡାବୁଗାଁ ବସ୍‌ଷ୍ଟାଣ୍ଡ ଅଞ୍ଚଳ , ନୂଆଗୁଡ଼ା ଓ ରେଭିନ୍ୟୁ ସାହି ଅଞ୍ଚଳରେ ବୁଲାବୁଲି କରୁଥିଲା । ଗତକାଲି ସ୍ଥାନୀୟ ବସଷ୍ଟାଣ୍ଡରେ ପ୍ରସାଦ ସିଂ ବୁଲାବୁଲି କରୁଥିବା ସମୟରେ ତାଙ୍କୁ ଏହି ପାଗଳ କୁକୁର କାମୁଡ଼ି ଦେଇଥିଲା । ପରେ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ଦେଇଥିଲା । ଆଜି ସଂଧ୍ୟାରେ ସ୍ଥାନୀୟ ରେଭିନ୍ୟୁ ସାହିର ଆଦି ଲକ୍ଷ୍ମୀ ଗୁରୁ ନିଜ ଘର ସମ୍ମୁଖରେ ଝୋଟି ଦେବା ସମୟରେ ପାଗଳ କୁକୁର ତାଙ୍କ ହାତ ଓ ଗୋଡ଼ରେ କାମୁଡ଼ି ଦେଇଥିଲା । ପରେ ଲକ୍ଷ୍ମୀଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରିବା ପରେ ହେଟାବାଘକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଲକ୍ଷ୍ମୀଙ୍କ ଗୋଡ଼ ଓ ହାତରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣା ପଡ଼ିଛି । ଅନ୍ୟପଟେ ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଉକ୍ତ ପାଗଳ କୁକୁରକୁ ଆଜି ରାତିରେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ମାରି ଦେଇଥିବା ଜଣା ପଡ଼ିଛି । ଏହି ପାଗଳ କୁକୁରଟି ବିଭିନ୍ନ ସାହିର କୁକୁରଙ୍କୁ ମଧ୍ୟ କାମୁଡ଼ି ଥିବାରୁ ଆଗକୁ ମଧ୍ୟ ବିପଦ ରହିଥିବା ନେଇ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!