16

ଦିଲ୍ଲୀର ରୋହିଣୀ ସେକ୍ଟର-୬ରେ ଅଗ୍ନିକାଣ୍ଡ ; ୩ ଜଣଙ୍କ ମୃତ, ୨ ଆହତ

ନୂଆଦିଲ୍ଲୀ , ୧୫।୧: ଶୁକ୍ରବାର ସକାଳେ ଦିଲ୍ଲୀର ରୋହିଣୀ ସେକ୍ଟର-୬ରେ ଥିବା ଆମାଜନ ଷ୍ଟୋର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ଅଗ୍ନିଶମ କର୍ମଚାରୀ ଜଳି ଆହତ ହୋଇଥିବା ସୂଚନା ମିଳିଛି। ଏଥି ସହ ପଶ୍ଚିମ ଦିଲ୍ଲୀର କିର୍ତ୍ତୀ ନାଗର ଅଞ୍ଚଳରେ ଥିବା ଏକ କବାଡିଆ ଦୋକାନରେ ନିଆଁ ଲାଗି ଜଣେ ଶିଶୁଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଆମାଜନ ଷ୍ଟୋର୍‌ରେ ନିଆଁ ଲାଗିବା ସମୟରେ ସେଠାରେ ୬ ଜଣ ଥିଲେ। ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲା। ତାଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦମକଳ ବିଭାଗ ସୂଚନା ଅନୁଯାୟୀ, ଭୋର ୫ଟା ୩୪ ମିନିଟ୍‌ରେ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା। ଘଟଣାସ୍ଥଳରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସେହିପରି ଗୁରୁବାର ବିଳମ୍ବିତ ରାତିରେ କିର୍ତ୍ତୀ ନଗରରେ ଥିବା ଏକ କବାଡିଆ ଦୋକାନର ନିଆଁ ଲାଗିଥିଲା। ୭ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ଜଣେ ୨୩ ବର୍ଷିୟ ଯୁବକ ଏବଂ ଜଣେ ୮ ବର୍ଷିୟ ନାବାଳକ ନିଆଁରେ ଜଳି ଯାଇଥିଲେ। ଏମାନଙ୍କୁ ଛାଡି ଘଟଣାସ୍ଥଳରୁ ଅନ୍ୟ ଏକ ମୃତଦେହ ମିଳିଛି। ତେଣୁ ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!