23

ଢ଼େଙ୍କାନାଳ ଏଟିଏମ ଲୁଟ ଘାଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ,୧୫।୦୧: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।  ଅଭିଯୁକ୍ତ ଠାରୁ ପୁଲିସ ନଗଦ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା ସହିତ ଗୋଟେ ଭିଭୋ ମୋବାଇଲ, ରେଡମି ମୋବାଇଲ, ଆଇଫୋନ, ତିନିଟି କି ପେଡ଼ ମୋବଇଲ ଜବତ କରିଛି।  ଏଥିସହିତ ଗିରଫ ଅଭିଯୁକ୍ତ ଠାରୁ ୨୦.୨୫୦ ଗ୍ରାମର ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରାଯାଇଛି ବୋଲି ଏସପି କେ.ଶିବା ଶୁଭ୍ରମଣୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତଠୁ ବିଭିନ୍ନ  ଦାମୀ କମ୍ପାନୀର ସ୍ମାର୍ଟଫୋନ ଏବଂ ତିନୋଟି କିପ୍ୟାଡ ଫୋନ ମଧ୍ୟ ଜବତ ହୋଇଛି।   ଏହି ଗିରଫ ଅଭିଯୁକ୍ତ ଜଣେ ହାର୍ଡ କୋର ଲୁଟେରା ଓ ତା ନାଁ ରେ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରେ ୨୫ରୁ  ଉର୍ଦ୍ଧ୍ଵ ଚୋରି, ଲୁଟ୍ ଓ ଡକାୟତି ଆଦି ସଙ୍ଗୀନ ମାମଲା ରହିଥିବା ଆଜି ଢେଙ୍କାନାଳ ଏସ ପି ପ୍ରକାଶ କରିଛନ୍ତି ।ଗତ ଡିସେମ୍ବର ୧୪ତାରିଖ ରାତିରେ ନିମବାହାଳି ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୨୬ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ମାମଲାରେ ପର୍ଯ୍ୟାୟ କ୍ରମେ ପୁଲିସ ପୂର୍ବରୁ ୫ଜଣକୁ ଗିରଫ କରିଥିଲା । ଫଳରେ ଏହି ଲୁଟ୍‌ ଘଟଣାରେ ମୋଟ ଗିରଫଦାରୀଙ୍କ ସଂଖ୍ୟା ୬ରେ ପହଂଚିଛି। ଅଭିଯୁକ୍ତମାନଙ୍କଠୁ ଟଙ୍କା , ବ୍ୟାଙ୍କ ଆକାଉଣ୍ଟ ଓ ଜିନିଷପତ୍ର ମୋବାଇଲ ଆଦି ଜବତ୍ ହୋଇଛି। ଏ ଯାଏଁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସମ୍ପତି ଜବତ କରିଛି ପୁଲିସ। ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇ ଅଧିକ ତଥ୍ୟ ସଂଗ୍ରହ କରିବ ଢେଙ୍କାନାଳ ପୋଲିସ ବୋଲି ସୁଚନା ଦେଇଛନ୍ତି ଏସପି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!