21

ଆସନ୍ତାକାଲି କୋଭିଡ୍‍-୧୯ ଟୀକାକରଣ କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ନୂଆଦିଲ୍ଳୀ,୧୫।୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଭିଡ୍‍-୧୯ ବିରୁଦ୍ଧରେ ବିଶ୍ବର ସର୍ବ ବୃହତ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଶ୍ରୀ ମୋଦୀ ଆସନ୍ତାକାଲି ସକାଳେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩ ହଜାର ୬ଟି କେନ୍ଦ୍ରକୁ ଭର୍ଚୁଆଲ୍‍ ମୋଡରେ ସଂଯୋଗ ସ୍ଥାପନ କରାଯାଇ କୋଭିଡ୍‍ ଟିକାର ଶୁଭାରମ୍ଭ କରାଯିବ। ଟୀକାକରଣ ଆରମ୍ଭ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣ ହିତାଧିକାରୀଙ୍କୁ ଟିକା ଦିଆଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ବିକଶିତ କୋ-ୱିନ୍‍ ଡିଜିଟାଲ୍‍ ପ୍ଲାଟଫର୍ମ ମାଧ୍ୟମରେ ସଞ୍ଚାଳିତ ହେବ। ଯାହାଫଳରେ ଟିକା ଯୋଗାଣ, ହିତାଧିକାରୀ ଚୟନ, ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସୂଚନା ମିଳିପାରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ୧୦୭୫କୁ ନିଃଶୁଳ୍କ କଲ୍‍ କରି ଏ ସମ୍ବନ୍ଧରେ ସମସ୍ତ ସୂଚନା ମିଳିପାରିବ। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍‍ ଟିକାର ଯଥେଷ୍ଟ ଡୋଜ୍‍ ପହଞ୍ଚାଯାଇ ସାରିଛି। ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇ ସାରିଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!