139

ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା କାର୍ଯ୍ୟକାରୀ ପରିଷଦକୁ ମନୋନୀତ

ନବରଙ୍ଗପୁର,୧୬/୧( ମିହିର ଶଙ୍କର ପାତ୍ର):ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦକୁ ପାବନ୍ଧିକ ତଥା ଉପ ଆରକ୍ଷୀ ଅଧୁକ୍ଷକ ଚନ୍ଦ୍ରଶେଖର ହୋତା ମନୋନୀତ ହୋଇଛନ୍ତି । ବୃତ୍ତିରେ ଜଣେ ଆରକ୍ଷୀ ଅଧୁକାରୀ ହେଇଥିଲେ ମଧ୍ୟ ରୁଚି ବା ଦୁର୍ବଳତା ରହିଛି ତାଙ୍କର ସାହିତ୍ୟ । ପ୍ରତି । ଶ୍ରୀ ହୋତାଙ୍କର ଦ୍ବାରା ରଚିତ ପ୍ରବନ୍ଧ ବେଶ ଆଦୃତି ଲାଭ କରିଛି । ଗାନ୍ଧୀ ପ୍ରବନ୍ଧର ମଧ୍ୟ ସମ୍ପାଦକ ଭାବେ ଶ୍ରୀ ହୋତା କାର୍ଯ୍ୟ କରିଛନ୍ତି । ଏଭଳି ବିରଳ କୃତୀତ୍ବ ପାଇଁ ଗୋକର୍ଣ୍ଣିକ , ମହୁରୀ , ଅଳ ଚନ୍ଦ୍ର , କୃଷ୍ଟେନ୍ଦୁ ସ୍ମୃତି ପରି ଅନେକ ସମ୍ମାନରେ ସମ୍ମାନୀତି ଶ୍ରୀ ଛୋତା । ବଲାଙ୍ଗିର ର ଗୁଜିଉଟା ଗ୍ରାମରେ ଜନ୍ମିତ ଶ୍ରୀ ହୋତା ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱ । ବିଦ୍ୟାଳୟରୁ ଉଚ୍ଚତର ଗବେଷଣା କରିଛନ୍ତି । ସ୍ଵାମୀ ବିବେକା ନନ୍ଦଙ୍କ ଉପରେ ଗବେଷଣା କରି ପ୍ରଶଂସିତ ହୋଇଛନ୍ତି । ଏଭଳି କୃତିତ୍ବ ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ନବରଙ୍ଗପୁର ଉପ – ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ହୋତା କାର୍ଯ୍ୟରତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!