89

ମୁନିଗୁଡାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ

ମୁନିଗୁଡା:-୧୬/୧ (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଅଧିକାରୀ,ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟାନ୍ୟ ପ୍ରମ୍ମୁଖ ଯୋଧ୍ୟାଙ୍କୁ ସମ୍ପୂର୍ଣ୍ଣ କୋବିଡ଼ କଟକଣା ସହିତ ଟୀକା ପ୍ରଦାନ କରାଯାଇଛି। ମୁନିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରସ୍ଥ ସଭା କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବର, ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼,ବିଡ଼ିଓ ଡା.ଦିଲ୍ଲୀପ କୁମାର ବେହେରା,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ସଞ୍ଜୟ କୁମାର,ଡିପିଏଚ ଡା.ଭି ଏଲ ଏମ୍ ରାଜୁ,ଏପିଡ଼ି ପ୍ରଭାତ କୁମାର ଲେଙ୍କା ଓ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗୋମାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ବାସ୍ଥ୍ୟ ଅଧିକାରୀ, କର୍ମୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଟୀକାକରଣ ଓ ଟୀକା ସମ୍ବନ୍ଧୀୟ ଅବିଭାଷାଣକୁ ଅନ ଲାଇନରେ ଟିଭି ଦ୍ୱାରା ପ୍ରଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଥିଲା। ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସଞ୍ଜୟ କୁମାର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ପ୍ରଥମେ ଟିକା ନେଇ ଥିଲେ। ଭ୍ୟାକ୍ସିନ ସିସି ଖୋଲା ଯିବାର ୪ଘଣ୍ଟା ଭିତରେ ତାକୁ ବ୍ୟବହାର କରିବାର ବ୍ୟବସ୍ଥା ରହିଥିବାରୁ ପରେପରେ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗୋମାଙ୍ଗ,ୱାର୍ଡ ଆଟେଣ୍ଡାଣ୍ଟ ଜ୍ୟୋତି ପାତ୍ର,ଷ୍ଟାଫ ନର୍ସ ଲଳିତା ସୁନ୍ଦରେଲା,କଲ୍ୟାଣି ପ୍ରଧାନ ପ୍ରମୁଖ ଏହି ମହୋଶ୍ୱଧି ଟୀକା ନେଇଥିଲେ।ପୂର୍ବରୁ ଟୀକା ନେବାକୁ ଥିବା ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଖକୁ ଏସଏମ୍ଏସ ଯାଇଥିଲା,ସେଥିରେ ସମୟ ଓ ସ୍ଥାନ ଉଲ୍ଲେଖ ଥିଲା।ଟୀକା ନେବା ପରେ ୩୦ମିନିଟ ପର୍ଯ୍ୟନ୍ତ ଅବଜରଭେସନରେ ରଖା ଯାଉଥିବା ଦେଖିବାକୁ ମିଳିଥିଲା।ପ୍ରଥମେ ଟୀକା ନେଇଥିବା ଡ଼ା. ସଞ୍ଜୟ କୁମାର ପ୍ରତିକ୍ରିୟାରେ ଜଣାଇଥିଲେଯେ ତାଙ୍କର କୌଣସି ପାର୍ଶ୍ଵ ପ୍ରତିକ୍ରିୟା କିମ୍ବା କିଛିବି ଅସୁବିଧା ଅନୁଭବ ହେଉନାହିଁ,ଏଣୁ ବିନା ଭୟରେ ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ।ଏଥିସହ ଯେଉଁ ବ୍ୟକ୍ତିଙ୍କୁ କୋଭିଶୀଲଡ଼ ଦିଆଯିବ,ସେମାନଙ୍କୁ ୨ୟ ଡୋଜରେ ମଧ୍ୟ ଏହି ଟୀକା ଦିଆଯିବ।୨୮ଦିନ ପରେ ଦୂତୀୟ ଡୋଜର ବ୍ୟବସ୍ଥା ରହିବ।୨ୟ ଡୋଜର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ।ଆଉ ଯଦି ପ୍ରଥମ ଟୀକା ନେବା ପରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ୨ୟ ଡୋଜ କରୋନାରୁ ଆରୋଗ୍ୟ ପରେ ଦିଆଯିବ ବୋଲି ଚିକିତ୍ସା ଅଧିକାରୀ କହିଥିଲେ।ଆଜି ୧୦୦ଜଣ ସ୍ବାସ୍ଥ୍ୟ କର୍ମୀ,ଅଧିକାରୀ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଂଟର କର୍ମୀଙ୍କୁ ଟୀକାକରଣ ପାଇଁ ମେସେଜ ଦିଆ ଯାଇଥିବା ମେଡିକାଲ ପୋଗ୍ରାମ ପ୍ରବନ୍ଧକ ତପନ କୁମାର ପଣ୍ଡା କହିଥିବା ବେଳେ କ୍ୟାଡର ପୁନଃର୍ଗଠନକୁ ନେଇ ଦାବି ରଖିଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ସମସ୍ତ ସହଯୋଗ କରୁଥିବା ବେଳେ ଟୀକା ନେବାରୁ ବିରତ ଥିବା ଦେଖିବାକୁ ମିଳିଥିଲା। ଏହି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟରେ ଭ୍ରାମ୍ୟମାଣ ମେଡ଼ିକାଲ ଅଫିସର ଡାକ୍ତର ସନ୍ତୋଷ ସାହୁ,ସୁପର ଭାଇଜର ବିଷ୍ଣୁ ପ୍ରସାଦ ଦାସ,ବିଡିଏମ ସୁମିତ୍ରା ଦାସ,ଡିଇଓ ଅନୀଲ କୁମାର ରଣା,ମହିଳା ହେଲଥ ୱାର୍କର କେ.ଭୁବନେଶ୍ଵରୀ ଦେବୀ, ସିଏଚ.ପୁଷ୍ପାଞ୍ଜଳି ପାତ୍ର ଓ ସନ୍ତୋଷ ଗୌଡ଼ ପ୍ରମୁଖ ସ୍ବାସ୍ଥ୍ୟ ସେବାରେ ସହାୟତା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!