26

ପ୍ରକଳ୍ପ ନିର୍ଦେଶକଙ୍କ ମୁନିଗୁଡା ବ୍ଲକ ଗସ୍ତ l

 ମୁନିଗୁଡା:-16/1/21 (ନନ୍ଦ କିଶୋର ପଟ୍ଟନାୟକ) ରାୟଗଡା ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବର ଆଜି ମୁନିଗୁଡା ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଗୁଡିକର ତଦାରଖ କରିଥିବା ଜଣାପଡିଛି l ପ୍ରଥମେ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ମୁନିଗୁଡା ବିଡ଼ିଓ ଡ଼ା. ଦିଲ୍ଲୀପ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ବ୍ଲକରେ ଚାଲିଥିବା ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ ବିଡ଼ିଓ ଆଲୋକପାତ କରିଥିଲେ ପରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଶବର ବିଭିନ୍ନ ପ୍ରକଳ୍ପ ବିଷୟରେ ଉପସ୍ଥିତ ଏପିଓ,ଅଧିକାରୀ, ପିଇଓ, ଜିଆରଏସ ମାନଙ୍କୁ ପଚାରି ବୁଝିଥିଲେ l ପରେ ବ୍ଲକର ଶିବପଦର ଗ୍ରାମ ପଞ୍ଚାୟତ ଓ ପାତ୍ରଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା କାର୍ଯ୍ୟ ଗୁଡିକୁ ଦେଖି ତଦାରଖ କରିଥିଲେ l ଉକ୍ତ ଗସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପ୍ରଭାତ କୁମାର ଲେଙ୍କା, ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ,ଏପିଓ ବିନୟ ପାଣି ପ୍ରମୁଖଙ୍କ ଅନ୍ୟ ଅଧିକାରୀ ଓ ଗ୍ରାମ ପଞ୍ଚାୟତ ପିଇଓ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!