54

ଆରଟିଆଇରେ ତଥ୍ୟ ମାଗିଲେ କହିବାକୁ ହେବ କାରଣ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭/୦୧:  ଆରଟିଆଇରେ ତଥ୍ୟ ମାଗିବା ବେଳେ ଆବେଦନକାରୀଙ୍କୁ ଏବେ କହିବାକୁ ହେବ ଉଦ୍ଦେଶ୍ୟ । ବା କେଉଁ ଉଦ୍ଦେଶ୍ୟରେ ଆବେଦନକାରୀଙ୍କୁ ତଥ୍ୟ ଦରକାର । ଏନେଇ ଏକ ଆବେଦନର ଶୁଣାଣି ବେଳେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଏଥିରୁ ଆବେଦନକାରୀଙ୍କୁ ତଥ୍ୟ କଣ ପାଇଁ ଦରକାର ତାହା ସ୍ପଷ୍ଟ ହୋଇଯିବ । କୋର୍ଟ କହିଛନ୍ତି ଯେ, ଆବେଦନକାରୀଙ୍କୁ କେଉଁଥି ପାଇଁ ତଥ୍ୟ ଦରକାର ତାହା କହିବାକୁ ହେବ । ଏଥିରୁ ଯେଉଁମାନଙ୍କ ବାବଦରେ ତଥ୍ୟ ମଗାଯାଉଛି ସେମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ  ଉପରେ ରୋକ୍ ଲାଗିବ।

ସିଆଇସିଙ୍କ  ନିର୍ଦ୍ଦେଶ ବଳବତ୍ତର :ଜଷ୍ଟିସ୍ ପ୍ରତିଭା ଏମ ସିଂ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ସେହି ଆଦେଶକୁ ବଳବତ୍ତର ରଖିଛନ୍ତି ଯେଉଁଥିରେ ରାଷ୍ଟ୍ରପତି ଭବନକୁ କିଛି ନିଯୁକ୍ତି ଉପରେ ତଥ୍ୟ ମଗାଯାଇଥିଲା । କୋର୍ଟ କହିଥିଲେ ଯେ, ଯେତେବେଳେ ଆରଟିଆଇରେ ତଥ୍ୟ ମଗାଯାଏ ସେହି ସମୟରେ ଆବେଦନକାରୀଙ୍କ ଉଦ୍ଦେଶ୍ୟ ସାମ୍ନାକୁ ଆସିବା ଦରକାର । ଏପରି ନକଲେ ସେହି ଲୋକଙ୍କ ପାଇଁ ଅନ୍ୟାୟ ହେବ ଯାହାଙ୍କ ବାବଦରେ ତଥ୍ୟ ମଗାଯାଇଛି ।ଏହାସହ ଆବେଦନକାରୀଙ୍କ ବିରୋଧରେ କୋର୍ଟ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି । କୋର୍ଟ କହିଥିଲେ ଯେ, ଆବେଦନକାରୀଙ୍କ ଝିଅ ରାଷ୍ଟ୍ରପତି ଭବନର ମଲ୍ଟି ଟାସ୍କିଂ ଅଫିସର ପଦ ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କର ଚୟନ ହୋଇନଥିଲା । ଏହାକୁ ଭିତ୍ତି କରି ଆବେଦନକାରୀ ଆରଟିଆଇରେ ରାଷ୍ଟ୍ରପତି ଭବନକୁ ତଥ୍ୟ ମାଗିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!