378

ଲଷ୍ମୀ ବରାହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବହୁରୂପାକୁ  ହରାଇ 11ଷ୍ଟାର ଚମ୍ପିୟାନ

ରାଜକନିକା,୧୭/୧:ବରୁଣାଡିହା କ୍ରିକେଟ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା  ୯ମ ଲଷ୍ମୀବରାହ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି | ଏଥିରେ  ୧୧ଷ୍ଟାର କ୍ରିକେଟ କ୍ଲବ ଯାଜପୁର ବହୁରୂପା କ୍ରିକେଟ କ୍ଲବ ପାରିନୁଆପଡା କୁ ୪ଉଇକେଟ ରେ ପରାସ୍ତ କରି ଚମ୍ପିୟାନ ହୋଇଛି | ବହୁରୂପା କ୍ରିକେଟ କ୍ଲବ ୧୨୭ ରନ କରିଥିଲାବେଳେ ୧୧ଷ୍ଟାର କ୍ରିକେଟ କ୍ଲବ 6ଉଇକେଟ ବିନିମୟରେ ଆବଶ୍ୟକ ରନ ପୂରଣ କରିନେଇଥିଲା |ବରୁଣାଡିହା ର ପୂର୍ବତନ ସରପଞ୍ଚ ଦୁର୍ଯୋଧନ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଯୋଗଦେଇ ଗ୍ରାମାଅଂଚଳରେ ଏଭଳି କ୍ରୀଡ଼ା ଯୁବକ ମାନଙ୍କୁ ଏକତା, ଭାତ୍ରୁଭାବରେ ଯୋଡ଼ିବା ସହିତ ଆଗାମୀ ଦିନରେ କ୍ରୀଡ଼ାବିତ୍ ମାନେ ଓଡ଼ିଶାରେ ନାଁ କରିବା ନେଇ ଆଶା ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ , ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ରାଜକନିକା ପଞ୍ଚାୟତ ସମିତି ର ପ୍ରାକ୍ତନ ଅଧକ୍ଷ କପିଳେନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ପ୍ରତିନିଧି ହରିଶ ମହାପାତ୍ର,   କୃଷ୍ଣ  ପଣ୍ଡା ପ୍ରମୁଖ ଯୋଗଦେଇ ବିଜେତା ଦଳ କୁ ଟ୍ରଫି ସହ 15,000ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ 10,000ଟଙ୍କା ପ୍ରଦାନ କରିଥିଲେ | ଆଜି ସଭାରେ ଶିକ୍ଷାବିତ ପ୍ରତାପ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସମିତି ସଭ୍ୟ ବିକାଶ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |  କ୍ରୀଡା ଶିକ୍ଷକ ଅରୁଣ ଧଳ, ବିଦ୍ୟାଧର ମଳିକ ଓ ବେଣୁଧର ପରିଡା ମଞ୍ଚ ରେ ଉପସ୍ଥିତ ଥିଲେ | ଧୀରେନ୍ଦ୍ର ବେହେରା, ବିପିନ ବେହେରା, ସୁଜିତ ନାୟକ, ମିହିର ବେହେରା, ଶରତ ମହାନ୍ତି, ମୁକ୍ତିକାନ୍ତ ବେହେରା, ଟିକିଲା ବରାଳ, ବିକ୍ରମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲାବେଳେ ଆଜି ଖେଳର ସତ୍ୟ ସାଗର ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମୃତ୍ୟୁଞ୍ଜୟ ଦାଶ ଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା | ବଂଶୀଧର ସ୍ୱାଇଁ ଓ ନିରଞ୍ଜନ ଦାଶ ଆଜି ଖେଳ କୁ ପରିଚାଳନା କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!