ବ୍ରହ୍ମପୁର,୧୮/୧(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ତେବେ କୁକୁଡ଼ାଖଣ୍ଡି ବିଡ଼ିଓ ଗଦାଧର ପାତ୍ରଙ୍କ ତତ୍ୱାବଧାନରେ ଏହି ଜଳ ସ୍ୱଛତା ଦିବସ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତରେ ପାଳିତ ହୋଇଯାଇଛି।ତେବେ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ “ଜଳ ସ୍ୱଛତା ଦିବସ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର ଯୋଗ ଦେଇଥିଲେ।ଏହି ଅବସରରେ ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିଡିଓ ଗଦାଧର ପାତ୍ର, ସ୍ଥାନୀୟ ସରପଞ୍ଚ ଏ.ଚେନ୍ନେୟା, ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ସଚିତାନନ୍ଦ ବିଷୋୟୀ , ପିଈଓ ଦୀଲିପ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି ଅବସରରେ ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା, ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ /ସହାୟିକା, ମହିଳା ସଙ୍ଘ ଏବଂ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାହି ପରିକ୍ରମା କରିବା ସହ ପଞ୍ଚାୟତ ପରିବେଶ ସଫା ରଖିବା,ଘରୁ ବାହାରୁଥିବା ଅଳିଆ ଆବର୍ଜନା ଓ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଭାବେ ବାହ୍ୟ ମଳ ମୁକ୍ତ କରିବା,ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରିବା ପ୍ରଭୃତି ସ୍ଲୋଗାନ ଦେଇ ଦେବାନ ବନ୍ଧ ପୋଖରୀକୁ ସଫେଇ କରିଥିଲେ।ପ୍ରତ୍ୟକ ସମୟରେ ପୋଖରୀ ଯେପରି ସଫାସୁତୁରା ରହିବ ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ଏଥିନିମନ୍ତେ ଏକ ଶପଥ ପାଠ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |