21

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ବୈଠକ ଆରମ୍ଭ

ନୂଆଦିଲ୍ଲୀ, ୨୦/୦୧ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଜାନୁଆରି ୧୬ରେ ନବମ ପର୍ଯ୍ୟାୟ ବୈଠକ ହୋଇଥିଲା। ହେଲେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ କୌଣସି ସହମତି ପ୍ରକାଶ ପାଇନଥିଲା। ସୁପ୍ରିମ୍‌ କୋର୍ଟ ଦ୍ବାରା ବିବାଦର ସମାଧାନ ପାଇଁ କମିଟି ଗଠନ ପରେ ଜାନୁଆରି ୧୬ରେ ପ୍ରଥମ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି ଅନୁଷ୍ଠିତ ହୋଇଛି। ଏ ନେଇ କୃଷକ ସଂଗଠନର ‌ମୁଖ୍ୟମାନେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚି ସାରିଛନ୍ତି। ଆଜି ଦଶମ ପର୍ଯ୍ୟାୟରେ କୌଣସି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ପୀୟୁଷ ଗୋୟଲଙ୍କ ସହ ବିଜ୍ଞାନ ଭବନରେ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!