51

ଶେଆର୍‌ ମାର୍କେଟ୍‌ରେ ନୂଆ ରେକର୍ଡ, ସର୍ବୋଚ୍ଚ ସ୍ତରରେ ସେନସେକ୍ସ-ନିଫ୍ଟି

ନୂଆଦିଲ୍ଲୀ, ୨୧/୦୧ :  ଗୁରୁବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ବଜାର। ସେନସେକ୍ସ ପ୍ରଥମ ଥର ପାଇଁ ୫୦ହଜାର ଟପିଥିବା ବେଳେ। ନିଫ୍ଟି ବି ୧୪ହଜାର ପାର କରିଛି। ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ ୧୪,୭୦୦ ଅତିକ୍ରମ କରିଛି। ବିଗତ ୧୦ ମାସରେ ସେନସେକ୍ସ ଦ୍ୱିଗୁଣିତ ହୋଇଥିବା ସୂଚନା ରହିଛି। ଆଜି କାରବାର ଆରମ୍ଭରୁ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ ଦଶମିକ ୭୩ରେ ପହଞ୍ଚିଥିଲା। ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜର ସୂଚକାଙ୍କ Sensex ନିଫ୍ଟି ବି ୧୪ ହଜାର ୭୦୦ ଅତିକ୍ରମ କରିଛି। ଖାଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ନୁହେଁ ବରଂ ଏସିଆନ୍‌ ମାର୍କେଟ୍‌ରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିଛି। ବମ୍ବେ ଭଳି ଏସିଆନ୍ ମାର୍କେଟ ଖୋଲିବା ପରେ ଏଥିରେ ବ୍ୟବସାୟ ବୃଦ୍ଧି ହୋଇଥିବା ନଜରକୁ ଆସିଛିଅ। ଜୋ ବାଇଡେନ୍ ଆମେରିକାରେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଆଶା ସଞ୍ଚରଣ ହୋଇଥିବା ଅନୁମାନ କରାଯାଉଛି। ଯାହାର ପ୍ରଭାବ ଶେଆର୍‌ ମାର୍କେଟ୍‌ରେ ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!