ଗଜପତି,୨୧/୧(ମନୋଜ କୁମାର ପାତ୍ର):ବସରେ ଚାଲାଣ ବେଳେ ଗଞ୍ଜେଇ ଜବତ। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୋଲିସ ଆର.ଉଦୟଗିରିରେ ପେଟ୍ରୋଲିଂ ବେଳେ ଏକ ଯାତ୍ରୀବାହି ବସରୁ ୭୨ କେଜି ଗଞ୍ଜେଇ ଜବତ କରିଛି।ଏଥିସହ ଚାଲାଣରେ ସମ୍ପୃକ୍ତ ବସ କଣ୍ଡକ୍ଟର ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ।ସେମାନଙ୍କ ମଧ୍ୟରେ ୨ଜଣ ମହିଳାଚାଲାଣକାରୀ ଅଛନ୍ତି। ସୂଚନାନୁଯାୟୀ, ସମ୍ପୃକ୍ତ ଅଭିଯୁକ୍ତ ମାନେ ଖଜୁରିପଦା ବଡପଡା ଅଞ୍ଚଳରୁ ଇସ୍ପାତ ନାମକ ଏକ ଘରୋଇ ବସରେ ୫ ଗୋଟି ବ୍ୟାଗରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ କରାଯାଉଥିବା ବେଳେ ପୋଲିସ ବସକୁ ଯାଞ୍ଚ କରି ଗଞ୍ଜେଇ ଜବତ କରିଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ।ତେବେ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆର.ଉଦୟଗିରି ଥାନା ସୂତ୍ରରୁ ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |