38

ଦେଶ ସ୍ବାଧୀନତା ହେବାର ୭୪ ବର୍ଷପରେ ହଜପଲ୍ଲୀ ଗ୍ରାମକୁ ରାସ୍ତା କଲେ ବନବିଭାଗ ଓ ଗ୍ରାମବାସୀ

ଗଞ୍ଜାମ-୨୧/୧(ମନୋଜ କୁମାର ପାତ୍ର):ଦେଶ ସ୍ବାଧୀନତା ହେବାର ୭୪ବର୍ଷି ପରେ ହଜପଲ୍ଲୀ ଗ୍ରାମକୁ ଯିବା ପାଇଁ ରାସ୍ତାଟିଏ ନଥିବାରୁ ସେହି ଗ୍ରାମ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମୁଖ୍ୟନ ହେଇ ଆସୁଥିଲେ।ଏମିତିଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାଜଗନ୍ନାଥପ୍ରସାଦ ବ୍ଲକରେ ଥିବା କୁରୁତୋଇ ପଞ୍ଚାୟତର ହଜପଲ୍ଲୀ ଗ୍ରାମରେ।ଏହି ଗ୍ରାମରେ ୨୧ଟି ପରିବାର ବସବାସ କରି ଆସୁଥିବା ବେଳେ ଏହି ଗ୍ରାମକୁ ଯିବ ଆସିବା ପାଇ ରାସ୍ତାର ସୁବିଧା ନଥିବାରୁ ବିଲ ହୁଡାରେ ଯିବା ଆସିବା କରୁଥିଲେ।ବର୍ଷା ରୁତୁ ସମୟରେ ପାଣି କାଦୁଅରେ ଯିବାଅାସିବା କରୁଥିବା ବେଳୋଏହି ଗ୍ରାମକୁ ଆମ୍ବୁଲାସ ଗାଡି,୧୦୮ଗାଡି ଓ ଦମକଳ ଗାଡି ମଧ୍ୟ ଯିବାର ସୁବିଧା ନ ଥିଲା ।ଯଦି ଏହି ଗ୍ରାମର ଲୋକ ରୋଗଗ୍ରସ୍ତ ହୁଏ ତାହା ହେଲେ ହଜପଲ୍ଲୀରୁ ଖଟ କୁ ଢେଳା କରି ୧କିମି ବେହି ନେଲା ପରେ ୧୦୮ଗାଡି କିମ୍ବା ଆମ୍ବୁଲାସ ଗାଡି ସାହାଯ୍ୟରେ ଡାକ୍ତରଖାନାକୁ ନେଉଥାଉ।ଏହି ରାସ୍ତାକୁ ନେଇ ବହୁ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ  କୈଣସି ସଫଳ ମିଳିନଥିଲା।ଆଜି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ,ବନସୁରକ୍ଷାସମିତିର ସଭ୍ୟ,ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ଗ୍ରାମବାସୀ ଙ୍କ ହସ୍ତକ୍ଷେପ ଓ ଉକ୍ତ ରାସ୍ତା ଦେଇ ଯାଉଥିବା ଜମି ମାଲିକଙ୍କ ହସ୍ତକ୍ଷେପ ପରେ ହଜପଲ୍ଲୀ ଗ୍ରାମକୁ ଯାନବାହନ ଓ ଯିବା ଆସିବାକୁ ରାସ୍ତା ଟିଏ ହେଇ ପାରିଛି।ଏହାକୁ ନେଇ ଗ୍ରାମ ବାସୀଙ୍କ ମୁହିଁରେ ହସ ଫୁଟିଥିବା ବେଳେ ଖୁସିର ଲହରୀ ଖଳିଥିବାର ଦେଖିବା ମିଳିଥିଲା ।ଏହି ନୂତନ ରାସ୍ତାରେ ପ୍ରଥମ କରି ବନଖଣ୍ଡ ଅଧିକାରୀ ଶ୍ରୀ ଦଳେଇ କାର୍ଯ୍ୟଳୟ ଗାଡି ଧରି ହଜପଲ୍ଲୀ ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଗ୍ରାମ ମୁହିଁରୁ ନଦିଆ କିତନ ଓ ବାଦ୍ୟ ବଜାଇ ପାଛୋଟି କରି ସଭାସ୍ଥଳକୁ ନେଇଥିଲେ।ବୈଠକରେଜଗନ୍ନାଥପ୍ରସାଦ ବନପାଳ ଇଶ୍ବର ଗଣେଷ ବେଲଗୁଣ୍ଠI ବନପାଳ ବବୁଲୁ ସେଠୀ,ବନରକ୍ଷୀ ସୁକାନ୍ତୀ ସାବତ, ବନ ସୁରକ୍ଷା ସଭାପତି,ସଂପାଦକ ଓ କେଷାଧକ୍ଷ ,ସମସ୍ତ ସଭ୍ସମେତ ସ୍ମାତୀ କୋଡିନଟ ସୁପ୍ରଭା ପଣ୍ଡିତ ଓ କାଜଲ ପଟ୍ଟନାୟକ ଓ ଗ୍ରାମବାସୀ ଉପସ୍ଥିତ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!