51

ପଦ ଉନ୍ନତି ପରେ ବି ଶିକ୍ଷା ଦାନ ର ମୋହ ରେ ବନ୍ଧା ଝରିଗାଁ ବ୍ଳକ ଶିକ୍ଷା ଅଧିକାରୀ।

ଝରିଗାଁ,୨୧/୧(ଭୋଦେଵ ଗୌଡ଼ ): ଶାସ୍ତ୍ରାନୁଯାୟୀ ଶିକ୍ଷା ହିଁ ଏକ ମାତ୍ର ଅସ୍ତ୍ର ଯେଉଁ ଅସ୍ତ୍ର ବ୍ୟବହାର କରି ଅଜ୍ଞାନରୂପୀ ଅନ୍ଧକାର କୁ ପ୍ରତିହତ କରି ଏ ଜଗତକୁ ଜ୍ଞାନଲୋକୋରେ ସଜ୍ଜିତ କରିହେବ,ଆଉ ଝରିଗାଁ ଅଞ୍ଚଳକୁ ନିରାକ୍ଷରତା ରୁ ମୁକ୍ତି ଦେବାପାଇଁ ଯେଉଁ ପରମ ପୂଜ୍ୟ ଗୁରୁ ଙ୍କ ର ବଳିଷ୍ଠ ଅତୁଳନୀୟ ଅବଦାନ ରହିଛି ସେମାନଙ୍କ ମଧ୍ୟରୁ ଅନେକ ଗୁରୁ ଏ ଧରା ପୃଷ୍ଠ ରେ ନଥିବା ବେଳେ ହାତଗଣତି ପୁରୁଣା ଗୁରୁ ଏବେ ବି “ଶିକ୍ଷକ ଙ୍କ କର୍ମଧାରା ରେ କେବେବି ଅବସର ନଥାଏ” ଏହି ଚିନ୍ତା ଧାରା ରେ ନିଜର ବିଦ୍ୟାର୍ଥି ମାନଙ୍କୁ ପାଠ ପଢେଇ ଚାଲିଅଛନ୍ତି।ଆଜି ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ ଜଣେଇବାକୁ ଯାଉଛେ ଯିଏକି ଜୀବନରେ ନିଜ ସଂସାରକୁ ଭୁଲି ସର୍ବଦା ବିଦ୍ୟାର୍ଥି ଙ୍କୁ ବିଦ୍ୟାଦାନ ନିଜ ଜୀବନର ମୂଳମନ୍ତ୍ର ବୋଲି ଗ୍ରହଣ କରିନେଇଛନ୍ତି।ଆମେ କହୁଛୁ ଝରିଗାଁ ର ପାଢ଼ୀ ସାର ଙ୍କ ବିଷୟରେ,ଝରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢୀ ଙ୍କ ବିଷୟରେ ୧୯୮୩ ମସିହାରେ ଦୋହଣା ସଦାଶିବ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା ଆରମ୍ଭ କରି ପର୍ଯ୍ୟାୟକ୍ରମେ ଝରିଗାଁ,କୁଡୁମୁଦୁଲଗୁମ୍ମା ଏବଂ ଡାବୁଗାଁ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ରେ ରହି ଅନେକ ଶିଶୁଙ୍କ ଭବିଷ୍ୟତ ଗଢିଅଛନ୍ତି।ନିଜର ୩୮ବର୍ଷ ର ଶିକ୍ଷକତା ପରେ ଏବେ ନଭେମ୍ବର ମାସ ୧୭ ତାରିଖରେ ସେ ଝରିଗାଁ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ବ ଗ୍ରହଣ କରି ସୁଚାରୁରୂପେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଆସିଅଛନ୍ତି,ତେବେ ଏବେ ବି ବିଦ୍ୟାର୍ଥି ମାନଙ୍କୁ ପାଠ ପଢେଇ ବାର ମୋହ ତାଙ୍କୁପୁଣି ଟାଣୁ ଆଣୁଛି ଶେଣୀ ଗୃହ ମଧ୍ୟକୁ।ଆଗକୁ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ତେବେ ଅନେକ ପାଠ ପଢେଇବାର ବାକି ରହିଯାଇଛି ତେଣୁ ବିଦ୍ୟାଳୟ କୁ ଯାଇ ଛାତ୍ରଛାତ୍ରୀ ଙ୍କୁ ନିଜ ନିଜର ଦାଉଟ ଥିବା ପାଠ ଗୁଡିକୁ ସରଳ ଭାବେ ବୁଝେଇବାରେ ବ୍ୟସ୍ତ ପାଢ଼ୀ ସାର।ଆଉ ଏଥି ନେଇ ବିଦ୍ୟାର୍ଥୀ ଙ୍କ ସହିତ ଅଭିଭାବକ ମାନେ ମଧ୍ୟ ଅନେକ ଅଶ୍ୱସ୍ତି ଲାଭକରିଅଛନ୍ତି।ଛାତ୍ର ଛାତ୍ରୀ ମାନେ ଆଗ୍ରହ ରେ ଶିକ୍ଷା ଗ୍ରହଣ କରୁଥିବାବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଖୁସି ପ୍ରକୋଟ କରିଅଛନ୍ତି।ପାଢ଼ୀ ସାର ଙ୍କ ଅମାୟିକ ବ୍ୟବହାର,ଦୃଢ ତଥା କଠୋର ଅନୁଶାସନ ଯୋଗୁଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଝରିଗାଁ ହାଇସ୍କୁଲ କୁ ନବରଙ୍ଗପୁର ଜିଲ୍ଲା ର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ଗୁରୁକୃପା ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ପାଢ଼ୀ ଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବ୍ଲକ ଶିକ୍ଷାଅଧିକାରୀ ଙ୍କ ଏଭଳି ମନୋଭାବକୁ ସାଧାରଣ ରେ ପ୍ରଶଂସା କରାଯାଇଅଛି ଏବଂ ଆଗତ ଦିନରେ ଝରିଗାଁ ବ୍ଲକ ରେ ଶିକ୍ଷା ବ୍ୟବସ୍ଥା ରେ ବଳିଷ୍ଠ ସୁଧାର ଆସିବବୋଲି ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!