ଦହି ଖାଇଛନ୍ତି କି? ମିଳିବ ଅନେକ ଫାଇଦା

ଦହି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଭାରତୀୟ ଖାଦ୍ୟରେ ଦହିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିୟମିତ ଅଳ୍ପ ପରିମାଣରେ ଦହି ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ବୋଲି କୁହାଯାଏ। ମାତ୍ର କେବେ ଦହି ଓ ଭାତ ଖାଇଛନ୍ତି କି? ଏହା ଏକ ଦକ୍ଷିଣ ଭାରତୀୟ ମୁଖ୍ୟ ଖାଦ୍ୟ। ପେଟ ପାଇଁ ଖୁବ୍‌‌ ଉପକାରୀ। ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ମୁଖ୍ୟତଃ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ ବୋଲି ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଏ। ପୋଷକ ତତ୍ତ୍ୱରେ ଭରପୁର ଦହି ଭାତ ସ୍ୱାଦିଷ୍ଟ ମଧ୍ୟ। ଜାଣନ୍ତୁ.. ଦହି ଭାତ ସେବନ ଦ୍ୱାରା ଖାଦ୍ୟ ନଳୀ ସୁସ୍ଥ ରହିଥାଏ। ପାଚନ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏହା ପ୍ରୋଟିନ୍‌‌ର ଏକ ଉତ୍ତମ ସ୍ରୋତ। ଯେଉଁମାନଙ୍କର ପାଚନ ସହ ଜଡିତ ସମସ୍ୟା ରହିଥାଏ, ସେମାନେ ଦହି ଭାତ ଖାଇବା ଖୁବ ଉପକାରୀ।
ଦହି ଭାତ ଆଣ୍ଟି-ଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ। ଦହି ଭାତ ସେବନ ଦ୍ୱାରା ମାନସିକ ଦୁଃଶ୍ଚିନ୍ତାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ।
ଦହି ଭାତକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଦହିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଫଳରେ ଥକ୍କାପଣ ଅନୁଭବ ନହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ଆସିଥାଏ। ଦହି ଭାତ ଖାଇବା ଦ୍ୱାରା ଶରୀର ସହ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ। ଏହାସହ ସହଜରେ ହଜମ ହୋଇଥାଏ। ଫଳରେ ପାଚନ ତନ୍ତ୍ର ସୁସ୍ଥ ରହିବା ସହ ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଦହି ଭାତ ବେଶ ଲାଭଦାୟକ। ଏଥିରେ ଲୁଣର ମାତ୍ରା ଖୁବ କମ୍‌‌। ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇରହିଥାଏ। ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଦହି ଭାତ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ। ଶରୀରକୁ ଅନେକ ସଂକ୍ରମଣ ଜନିତ ରୋଗରୁ ଦୂରେଇ ରଖିଥାଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!