ମୁନିଗୁଡା,:୨୮/୧(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଅଖିଳ ଭାରତୀୟ କିସାନ ମଜଦୁର ସଙ୍ଘ ତରଫରୁ ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି I ଏଆଇକେଏମଏସର ଜିଲ୍ଲା ସଭାପତି ହରିବନ୍ଧୁ କାଡ୍ରାକା ଓ ସମ୍ପାଦକ ସୁବାସ କୁଲେସିକାଙ୍କ ମିଳିତ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କୃଷି,କୃଷକ ଓ ଭାଗଚାଷି ବିରୋଧୀ ନିତି କୃଷି ଆଇନ, ଜନ ବିରୋଧୀ ବିଦ୍ୟୁତ ବିଲ ପ୍ରତ୍ୟାହାର ଓ ଏମଏମପି ପାଇଁ ଆଇନ ଦାବିରେ ଶତାଧିକ କୃଷକ, ଚାଷି ଓ ଏଆଇକେଏମଏସର ସଦସ୍ୟ ସଦସ୍ୟା ମାନେ ଏକତ୍ରିତ ହୋଇ ମୁନିଗୁଡା ଥାନା ଅନ୍ତର୍ଗତ ଭୁରସିଖୁମା ଛକରୁ ଏକ ବିଶାଳ ଶଭାଯାତ୍ରାରେ ବାହାରି ମୁନିଗୁଡାରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ଅତିଥି ମାନେ ଏହି ସମାବେଶର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଉଦବୋଧନ ଦେବାସହ ଦିଲ୍ଳୀର ଐତିହାସିକ କୃଷକ ଆନ୍ଦୋଳନରେ ଗତ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଲକ୍ଷ ଲକ୍ଷ କୃଷକ ଧାରଣାରେ ବସିଛନ୍ତି ଏବଂ କେତେ ଚାଷି ମୃତ୍ୟୁବରଣ କରି ଶହୀଦ ହୋଇଥିଲେ ବି କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୄତ୍ଵାଧିନ ବିଜେପି ସରକାର ବଡ କର୍ପୋରେଟଙ୍କ ସ୍ଵାର୍ଥରେ ଦେଶର କୋଟି କୋଟି ଅର୍ଣ୍ଣଦାତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରିବା ଦୁର୍ଭାଗ୍ୟଜନକ । ସରକାର କୃଷକଙ୍କ ଦାବିକୁ ମାନିବା ପରିବର୍ତ୍ତେ ସରକାର କୃଷକମାନଙ୍କ ଆନ୍ଦୋଳନକୁ ବଦନାମ କରିବାକୁ ତଥା ଦମନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଗଣତାନ୍ତ୍ରିକ ଭାବେ ଅଣାଯାଇଥିବା ତିନି କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର କରିବାକୁ ଏଠାରେ ଦାବି କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସର ଉପ ସଭାପତି ଗଣେଶ ଜାକାଶିକା, ନରେଶ ସୁନା, ବ୍ରିଜଲାଲ, ରବି ନୁନ୍ଦ୍ରୁକା,କନିନ୍ଦ୍ର ଜାଲିକା ପ୍ରମୁଖଙ୍କ ସମେତ ଶତାଧିକ ଚାଷି, କୃଷକ, ଭାଗଚାଷୀ ଓ ଏଆଇକେଏମଏସର ସଦସ୍ୟ ସଦସ୍ୟା ମାନେ ସଭାଯାତ୍ରାରେ ଭାଗ ନେଇଥିଲେ l ଶେଷରେ ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼ଙ୍କ ସହ ଏଆଇକେଏମଏସର ରାଜ୍ୟ ସଭାପତି ଶ୍ରୀ ଷଡ଼ଙ୍ଗୀ ଅଞ୍ଚଳରେ ଗରିବ ଲୋକ ମାନଙ୍କୁ ଘରଡ଼ିହ ପଟା ପ୍ରଦାନ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଶୀଘ୍ର ସମସ୍ୟା ଗୁଡିକର ସମାଧାନ କରିବାକୁ ଆଲୋଚନା କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |